ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍‍ ନିୟମ ,ଆଉ ହେବନି କୋହଳ-ମନ୍ତ୍ରୀ

0 275

ଭୁବନେଶ୍ୱର:୧୫/୧୧- ପୁଣି କଡାକଡି ଭାବେ ଲାଗୁ କରାଯିବ   ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସଂଶୋଧିତ ମୋଟର ଯାନ ଆଇନ ।  ଆସନ୍ତା ଡିସେମ୍ବର ୧ ତାରିଖରୁ ଲାଗୁ କରାଯିବ ବୋଲି ଶୁକ୍ରବାର ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ,ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍‍ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍‍ ଆଦାୟ କରାଯିବ। ପୂର୍ବରୁ ଯେଉଁ ପରିମାଣରେ ଫାଇନ୍‍ ଆଦାୟ ହେଉଥିଲା ସେଥିରେ ଆଉ କୋହଳ କରାଯିବ ନାହିଁ ବୋଲି କହିଛନ୍ତି।
ପ୍ରକାଶ ଯେ , ସଂଶୋଧିତ  ମୋଟର ଯାନ ଆଇନ  ସେପ୍ଟେମ୍ବର ପହିଲାରୁ  ଦେଶ ବ୍ୟାପୀ ଲାଗୁ ହୋଇଥିଲା। କିନ୍ତୁ ପୂର୍ବ ଆଇନ ତୁଳନାରେ ନୂଆ ଆଇନରେ ଜରିମାନା ପରିମାଣ ଅହେତୁକ ବୃଦ୍ଧି କରାଯାଇଥିବାରୁ ରାଜ୍ୟ ବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ  ଟ୍ରାଫିକ୍‍ ଯାଞ୍ଚ ବେଳେ  ପୁଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ  ରାଜ୍ୟ ସରକାର ଏହି ଆଇନ କୋହଳ କରିବା ସହିତ ଲୋକଙ୍କୁ   ଆବଶ୍ୟକୀୟ କାଗଜପତ୍ର କରାଇ ନେବାକୁ ରାଜ୍ୟ ସରକାର  ୩ ମାସ ସମୟ  ଦେଇଥିଲେ ।

Leave A Reply

Your email address will not be published.