କେରଳରେ ପୁଣି ବଢିଲା ଲକଡାଉନ

ଖବର ଆଜିର ତାରିଖ ୩୦-୦୮-୨୦୨୧/ସୋମବାର

0 720

୧-ନବୋଦୟ ବିଦ୍ୟାଳୟ ସମିତିର ବଡ ନିଷ୍ପତ୍ତି, ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଘୋଷଣା ।
୨-ପୁଣି ଥରିଲା କାବୁଲ । ସତ ହେଲା ଆମେରିକାର ଆକଳନ, କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ।
୩-କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗୋଟିଏ ଗୋଡରେ ସ୍କିପିଂ କରି ଦେଖାଇଲେ ନିଜ ଫିଟନେସ୍, ଭାଇରାଲ ହେଉଛି ଭିଡିଓ
୪-ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ: ଆନ୍ଦୋଳନକୁ ୧୦ମାସ ପୂର୍ତ୍ତି ଅବସରରେ ଡାକରା ଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା ।
୫-ଟୋକିଓ ପାରାଲିମ୍ପିକ୍ସ: ଲମ୍ବଡିଆଁରେ ରୌପ୍ୟ ପଦକ ଜିତିଲେ ନିଶାଦ କୁମାର ।
୬-ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ଜିତିଲେ ଭାବିନା ପଟେଲ, ୩କୋଟି ପୁରସ୍କାର ରାଶି ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ।
୭-ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ, ପଞ୍ଜଶୀର ଉପତ୍ୟକା ଅକ୍ତିଆର କରିବାର ନୂଆ ଷଡଯନ୍ତ୍ର ।
୮-ଟେଲିଭିଜନ ଓ ରେଡିଓରେ ମହିଳାଙ୍କ ସ୍ୱର ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ, ଦେଶ ଛାଡିବାକୁ ନିବେଦନ କଲେ ୨,୦୦୦ ସାମ୍ବାଦିକ ।
୯-ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ କେନ୍ଦ୍ର ସରକାର, ତୃତୀୟ ଲହରକୁ ନେଇ ଡର ।
୧୦-JEE ଆଡଭାନ୍ସ ପରୀକ୍ଷା ଲାଗି ଗାଇଡଲାଇନ ଜାରି, ସେପ୍ଟେମ୍ବର ୧୧ରେ ହେବ ଆବେଦନ .
୧୧-ଭାରତୀୟଙ୍କୁ ପାକିସ୍ତାନୀ କହି ସଫଳତାର ଡିଣ୍ଡିମ ପିଟୁଛନ୍ତି ଇମ୍ରାନ ଖାନ, ପାକିସ୍ତାନ ସାଂସଦ ଉଠାଇଲେ ପ୍ରଶ୍ନ ।
୧୨-ବଢ଼ୁଛି ଆଫଗାନିସ୍ତାନବାସୀଙ୍କ ସଙ୍କଟ । ପାଖରେ ନାହିଁ ଟଙ୍କା, ବ୍ୟାଙ୍କ ବନ୍ଦ । ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ଆକାଶଛୁଆଁ, ପାଣି ବୋତଲର ଦାମ ୩ହଜାର ଟଙ୍କା ।
୧୩-ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡର ଦଳ ଘୋଷଣା, ଫେରିଲେ କ୍ରିସ୍ ଓ୍ଵକ୍ସ, ବାହାରିଲେ ଜୋସ୍ ବଟଲର ।
୧୪-କେରଳରେ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ : ଫେରିଲା ନାଇଟକର୍ଫ୍ୟୁ, ଅଧିକ ସଂକ୍ରମଣ ଅଞ୍ଚଳରେ ପୁଣି ଲକଡାଉନ ଘୋଷଣା ।

Leave A Reply

Your email address will not be published.