ପୁଣି ଖୋଲିଲା ହୀରାକୁଦର ଦୁଇଟି ଗେଟ

0 263

ସମ୍ବଲପୁର,୨୬/୭(ଏସଏସନିୟୁଜ)ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହୋଇଛି । ରବିବାର ରାତିରେ ହୀରାକୁଦ ଜଳସ୍ତର ପୁଣିଥରେ ୬୦୯ ଫୁଟ୍ ଅତିକ୍ରମ କରିଛି। ଏହି କାରଣରୁ ଡ୍ୟାମ୍‌ରେ ଆଉ ୨ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୬ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୨୬,୭୦୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୨,୪୭୦ କ୍ୟୁସେକ୍ ନିଷ୍କାସିତ ହେଉଥିଲା।

Leave A Reply

Your email address will not be published.