ପୁଣି ରାଜଧାନୀରେ କଫ୍ୟୁ ଜାରି

0 206

ଭୁବନେଶ୍ୱର,୩/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ୪୮ଘଂଟା ପାଇଁ ସମ୍ପୁର୍ଣ ବନ୍ଦ କରିଛନ୍ତି ରାଜ୍ୟସରକାର ।ଭୁବନେଶ୍ୱର ସମ୍ପୁର୍ଣ ଭାବେ ସଟ୍‌ଡାଉନ ହୋଇଯାଇଛି ।ଏହି ନିୟମ ଶୁକ୍ରବରାରାତି୮ଟାରୁ ଆସନ୍ତାରବିବାର ରାତି୮ଟା ପର୍ଯ୍ୟନ୍ତ ଲାଗୁହେବ ।ଭୁବନେଶ୍ୱରର ୪ଜଣ ଓ ଭଦ୍ରକର ଜଣେ କରୋନା ଭୁତାଣୁ ରେ ସଂକ୍ରାମିତ ହେବାପରେ ଏହାର ଚେନ୍ କୁଭାଙ୍ଗିବାପାଇଁ ରାଜ୍ୟସରକାର ଏଭଳି ଗୁରୁତ୍ୱପୁର୍ଣ ନିଷ୍ପତି ନେଇଥିବାର ମୁଖ୍ୟଶାସନସଚିବ ଜରୁରୀ ସାମ୍ବାଦିକ ସମ୍ମୀଳନୀ ଡକାଇ ଶୁକ୍ରବାରଦିନ ଏହା କହିଛନ୍ତି ।ଏହି ୪୮ଘଂଟା ଏକପ୍ରକାର କଫ୍ୟୁ ବୋଲି ପୋଲିସମହାନିର୍ଦ୍ଦେଶକ କହିଛନ୍ତି ।ପନିପରିବା,ମାଛ,ମାଂସ,ଅଣ୍ଡା ଦୋକାନ ବନ୍ଦ ରହିବା ସହ ମେଡିକାଲ ସେବା ଉପରେ କଟକଣା ଲଗାଯାଇଛି ।କେଉଁ ଅଂଚଳରେ କେତେ ଔଷଧ ଦୋକାନ ଖୋଲିବ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବା ସହ ଲୋକମାନେ ଛାନିଆ ନହେବାକୁ ପୋଲିସ ଡିଜିପି ଅଭୟ ପରାମର୍ଶ ଦେଇଛନ୍ତି । ପ୍ରଥମ୪ଜଣ ରୋଗୀଙ୍କର ଟ୍ରାଭେଲହିଷ୍ଟ୍ରି ରହିଥିବାବେଳେ ଦେଶବାହାରକୁ ଯାଇଥିଲେ ,କିନ୍ତୁସୁର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ୫ମରୋଗୀ ଓଡିଶା ବାହାରକୁ ଯାଇନାହାନ୍ତି ।ସମୁହ ସଂକ୍ରାମଣର ଆଶଙ୍କା ଥିବାରୁ ସୁର୍ଯ୍ୟନଗରକୁ ସମ୍ପୁର୍ଣ ସିଲ କରାଯାଇଛି ।ଏହି ସମୁହ ସଂକ୍ରମଣର ଚେନ୍ କୁ ଭାଙ୍ଗିବାପାଇଁ ୪୮ଘଂଟାର ସଟ୍‌ଡାଉନ୍ର ନିଷ୍ପତି ନିଆଯାଇଛି । ୫ମରୋଗୀଙ୍କ ସଂର୍ସ୍ପଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛି ।ଏହି ନିୟମ ଭଦ୍ରକରେ ମଧ୍ୟ ଲାଗୁହେବ ।ଏହିଦୁଇଟି ସହରରେ ସଟ୍ ଡାଉନ ନିୟମକୁ ଉଲଘଂନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ସହ ସରକାରଙ୍କର ସ୍ୱତନ୍ତ୍ର କ୍ୱାରେଟଟାଇନରେ ସେମାନଙ୍କୁ ଅଲଗା ରଖାଯିବ ବୋଲି ଡିଜିପି କହିଛନ୍ତି ।

Leave A Reply

Your email address will not be published.