ସଚେତନ କଲେ ଓ ଲାଇଫବୟ ବାଂଟିଲେ ସାଗରିକା

0 258

ବାରଙ୍ଗ,୨/୪(ଏସ୍‌ଏସ୍‌ନିୟୁଜ) ଗାଁକଲ୍ୟାଣ ସମିତି ପକ୍ଷରୁ ବଡବାଲିପଡା ଓ ସାନବାଲିପଡା ଗ୍ରାମରେ ବଂଟାଗଲା ଲାଇଫ୍‌ବୟସାବୁନ । ଅଙ୍ଗନବାଡି କର୍ମୀ ସାଗରିକା ନାୟକ ଘରେଘରେ ବୁଲି ତାଙ୍କ ସହକର୍ମିକୁ ସାଙ୍ଗରେ ଧରି ସାବୁନ ବାଂଟିବା କାମରେ ଲାଗିଛନ୍ତି ।ଗାଁକଲ୍ୟାଣ ସମିତି ଅର୍ଥର ବିନିଯୋଗରେ ଓାର୍ଡମେମ୍ବର ସହ ଆଶାକର୍ମୀମାନଙ୍କ ସହାୟତାରେ ଏହାକୁ ବାଂଟଛନ୍ତି । ଏଥିସହିତ ହାତଧୋଇବାର ଆବଶ୍ୟକତାଉପରେ ଲୋକମାନଙ୍କୁ ବିଝାଇଛନ୍ତି ।ସରକାରଙ୍କ ପକ୍ଷରୁ କରାଯାଇଥିବା ଗାଇଡଲାଇନ କୁ ପାଳନ କରି ଘରେ ରହିଲେ ନିରାପଦରେ ରହିବା ବିଷୟରେ ମଧ୍ୟ ବୁଝାଇଥିଲେ ।

Leave A Reply

Your email address will not be published.