ସଂକ୍ଷେପରେ ଆଜିର ଖବର – (୦୩/୦୪/୨୦) ଶୁକ୍ରବାର

0 236

୧-ତାଲାବନ୍ଦ: ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଦେଶରେ କରୋନା ସ୍ଥିତି ନେଇ ଭିଡିଓ ବାର୍ତ୍ତାରେ କ’ଣ କହିବେ ମୋଦି, ତାହା ଉପରେ ସଭିଙ୍କ ନଜର।
୨-ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜିଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଞ୍ଚମ ଆକ୍ରାନ୍ତ । ସରକାର କହିଲେ, ଲକ୍ଷଣ ଦେଖାଗଲେ ନଲୁଚାଇ ତୁରନ୍ତ ୧୦୪କୁ କରନ୍ତୁ ଫୋନ୍ ।
୩-ରାଜ୍ୟ ପାଣିପାଗ : ତାତିର ଡର ସାଙ୍ଗକୁ କାଳବୈଶାଖୀର ଭୟ। ୫ ସ୍ଥାନରେ ପାରଦ ୪୦ ଟପିଲା।
୪-କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍‌, କିମ୍‌ସରେ ଉଦ୍‌ଘାଟିତ ହେଲା ରାଜ୍ୟ ଓ ଦେଶର ପ୍ରଥମ କୋଭିଡ୍ ହସପିଟାଲ, ଭିଡିଓ କନଫେରେନସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
୫-ବିଶ୍ୱ ଏବେ ବିପଦରେ, ଏଭଳି ବିପତ୍ତି ସମୟରେ ଭଡାଟିଆଙ୍କ ଠାରୁ ଭଡା ମାଗନାହିଁ, ଓଡିଶାବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୬-ଜନହିତରେ ଜାରି ହେଲା ପଞ୍ଚମ କରୋନା ପଜିଟିଭଙ୍କ ପରିଚୟ – ସୂର‌୍ୟ୍ୟ ନଗର ଅଂଚଳକୁ ସିଲ କଲା ଈଗଉ।
୭-ରାମନବମୀରେ ରଥ କାଠ ଚିରା ଅନୁକୁଳ , ଖପୁରିଆ ଓଏଫ୍‌ଡିସିର କରତ କଳରେ ଚିରା ହେବ ୨୬୬ଖଣ୍ଡ କାଠ।
୮-କରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ମହାମାରୀର ମୁକାବିଲା ପାଇଁ ନିଜ ଭିତରର ଭୟକୁ ଦୂରାନ୍ତୁଟ୍ଟ କାହା କଥା ନଶୁଣି ନିର୍ଭିକ ଭାବେ ନିଜ କଥା ସରକାରଙ୍କୁ ଜଣାନ୍ତୁଟ୍ଟସୁବ୍ରତ ବାଗଚୀ।
୯-ଆଧାର ଲିଙ୍କ ଥିବା ଆକାଉଣ୍ଟ୍ ହୋଲ୍‌ଡରମାନେ ପୋଷ୍ଟ ଅଫିସ୍‌ରେ ଟଙ୍କା ଉଠାଇପାରିବେ ଅନ୍ୟ ବ୍ୟାଙ୍କ ଖାତାଧାରୀ।
୧୦-ରାୟଗଡ଼ା:କରୋନା ମୁକାବିଲାରେ ଅସହଯୋଗ କରିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ସରକାରୀ କ୍ଵାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ତ୍ରିପାଠୀ।
୧୧-ସୂର‌୍ୟ୍ୟନଗରରେ ଘର ଘର ବୁଲି ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ ଟିମ୍‌, ଅବଗତ ହେବେ କାହା ସ୍ୱାସ୍ଥ୍ୟ କେମିତି ଅଛି।
୧୨-ମୋଟର ବୀମା ନବୀକରଣ ଅବଧି ୨୧ ଯାଏଁ ବଢିଲା। ସଡ଼କ ଟିକସ ଛାଡ଼ କରିବାକୁ ଟ୍ରକ ମାଲିକ ସଂଘର ଦାବି।
୧୩-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିହ୍ନଟ କଲା ୨୦ଟି କରୋନା ହଟସ୍ପଷ୍ଟ: କରୋନା ସହ ମିଳିମିଶି ଲଢ଼ିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ।
୧୪-କରୋନା ମୁକାବିଲା ନିମନ୍ତେ ଭାରତୀୟ ସେନାର ବ୍ୟାପକ ପ୍ରସ୍ତୁତି, ୮,୫୦୦ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରସ୍ତୁତ ରଖିଲା ସେନା।
୧୫-କରୋନା ମୁକାବିଲା ପାଇଁ ଭାରତକୁ ବିଶ୍ୱ ବ୍ୟାଙ୍କର ୧ବିଲିଅନ ଡଲାର ଜରୁରୀକାଳୀନ ଆର୍ଥିକ ସହାୟତା ।

Leave A Reply

Your email address will not be published.