ପୁଣି ଗଡ଼ିଲା ମୁଣ୍ଡ

0 261

ଆସିକା,୨୯।୯(ଏସଏସନିଉଜ)ଗଣେଶ ପୂଜା ଭୋଜି ଖାଇବାକୁ ଦାନପୁର ଗାଁ ମଝିରେ ବସିଥିବା ବେଳେ ଠେଙ୍ଗା, କାତିରେ ସଂଘବଦ୍ଧ ଆକ୍ରମଣ କରି ବରଗାଁର ସୁନୀଲ ନାହାକ (୩୮)ଙ୍କୁ ହତ୍ୟା କରାଯାଇଛି।ସୁନୀଲଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଥିବାର ଜଣାପଡିଛି। କୋଦଳାଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।ମୃତକ ସୁନୀଲ ହେଉଛନ୍ତି ବର୍ତ୍ତମାନ ଆସିକା ବ୍ଲକ୍‌ ଅଧ୍ୟକ୍ଷା ଥିବା ତ୍ରିବେଣୀ ନାହାକଙ୍କ ଦେଡ଼ଶୁର।ତେବେ ହତ୍ୟାକାଣ୍ଡର ପକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

Leave A Reply

Your email address will not be published.