ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

0 167

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ) ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନା(୯୦)ଙ୍କର ପୈତୃକ ଘର ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଗୁରାଣ୍ଡିରେ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ବିଜୟ କୁମାର ଜେନା ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପାରଳାଖେମୁଣ୍ଡିର ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ପ୍ରକାଶ କରିବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି

Leave A Reply

Your email address will not be published.