ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

0 175

ଢେଙ୍କାନାଳ, ୧୨/୧(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଅପରାହ୍ନ ପ୍ରାୟ ୨ଟାରେ ଲୁଟେରାମାନେ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଦୁଇଟି ବୁଲେଟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଭୁଜାଲିରେ କର୍ମଚାରୀଙ୍କୁ ଆକ୍ରମଣ କରି ଲକର୍‌ରୁ ପ୍ରାୟ ଏକ କୋଟି ଟଙ୍କାରର ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ସହ ସିସିଟିଭି କ୍ୟାମେରାର ହାର୍ଡଡିକ୍ସ ମଧ୍ୟ ନେଇ ଯାଇଥିବାର ଅଭିଯୋଗ ହୋଇଛି ।ମୁଖାପିନ୍ଧା ୪ ଜଣ ଦୁର୍ବୃତ୍ତବ୍ୟାଙ୍କ ଭିତରକୁ ପ୍ରବେଶ କରି ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଥମେ ଭୟଭୀତ କରିଥିଲେ। ଏହା ପରେ ୩ ଜଣଙ୍କୁ ଷ୍ଟ୍ରଙ୍ଗରୁମରେ ପୁରାଇ ଲକର ଭିତରୁ ସୁନାଅଳଙ୍କାର ଓ ଟଙ୍କା ଲୁଟିଥିଲେ ।ତେବେ ଦୁର୍ବୁତମାନଙ୍କ ଆକ୍ରମଣରେ ୨ ଜଣ ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି।ଖବରପାଇ ରାସୋଲ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛ ।

Leave A Reply

Your email address will not be published.