ପୁରୀଲୋକଙ୍କୁ ବଡଦାଣ୍ଡ ମନା

0 678

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଆଉ ମାତ୍ର କେଇଁଘଂଟା ପରେ ମହାପ୍ରଭୂଙ୍କର ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତିତିପର୍ବ ଆରମ୍ଭ ହୋଇଯାଇଛି ।ତେବେ ସ୍ୱତନ୍ତ୍ର ଭାବେ ପୁରୀଜିଲ୍ଲାକୁ ସଟ୍ ଡାଉନ ଘୋଷଣା କରାଯାଇଛି ।ପୁରୀଲୋକଙ୍କୁ ବଡଦାଣ୍ଡମନା ଥିବାବେଳେ ବାହାର ଲୋକ ପୁରୀକୁ ନଆସିବାପାଇଁ ବିଶେଷ ଭାବେ ଧ୍ୟାନ ଦେଉଛି ପୋଲିସ ।ଏଥିସହ ପୁରୀଜିଲ୍ଲାରେ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି ଡିଜିପି ଅଭୟ ।୫୦ପ୍ଲାଟୁନ ପେ।ଲିସ ଫୋର୍ସ ମୃତୟନ ସାଙ୍ଗକୁ ଆଜି ସନ୍ଧ୍ୟାଠାରୁ ଏହି ନୀୟମ ପାଲନ କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି । ତେବେ ଏଥିନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପୁରୀକୁ ନଆସି ଟିଭି ମାଧ୍ୟମରେ ଘରେ ବସି ମହାପ୍ରଭୁଙ୍କର ରଥଯାତ୍ରା ଦେଖିବାକୁ ଅପିଲ କରିଛନ୍ତି ଅଭୟ ।

Leave A Reply

Your email address will not be published.