ପୁରୀ ସ୍ୱର୍ଗଦ୍ୱାରରେ ହେବ ଗ୍ୟାଲେରୀ , ଠିଆ ହୋଇ ଦେଖିପାରିବେ ଶବ ସତ୍କାର

0 764

ପୁରୀ,୩୧/୭:(ଏସଏସଏନ୍) ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନର ପୁର୍ନରୁଦ୍ଧାର କରାଯାଇ ଏହାକୁ ଆକର୍ଷଣୀୟ କରାଯିବ ଏବଂ ତିଆରି ହେବ ଗ୍ୟାଲେରୀ  ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି। ସେଠାରେ ଚାଲିଥିବା ପୁର୍ନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ଜିଲ୍ଳାପାଳ ଏହା କହିଛନ୍ତି। ସେ କହିଛନ୍ତି ଯେ ଶବ ସତ୍କାର ପାଇଁ ଆସୁଥିବା ଲୋକମାନେ ଯେପରି ଭଲ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ, ସେଥିଲାଗି ସେମାନଙ୍କୁ ଉତ୍ତମ ଆତିଥେୟତା ଯୋଗାଇ ଦିଆଯିବ। ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଶବ ସତ୍କାର ଓ ପଥ ଶ୍ରାଦ୍ଧପାଇଁ ଅଭିଜ୍ଞ ଲୋକଙ୍କୁ ନିୟୋଜିତ କରାଯିବା ସହିତ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯିବ। ସେଠାରେ ଠିଆ ହୋଇ ଲୋକେ ଶବ ସତ୍କାର ଦେଖିପାରିବେ। ସ୍ୱର୍ଗଦ୍ୱାରରେ ଶୋଷଣ ମୁକ୍ତ ଶବ ସତ୍କାର ଲାଗି ସମସ୍ତ ଉଦ୍ୟମ କରାଯାଉଥିବା ବେଳେ ଓଡିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଏହି ସମସ୍ତ କାର୍ଯ୍ୟ କରାଯାଉଛି ସେ କହିଛନ୍ତି ।

Leave A Reply

Your email address will not be published.