ଅପେକ୍ଷା ଆଉ ୧୦ ଦିନ !ବଜାର କୁ ଆସିବ କରୋନା ଟିକା

0 278

କରୋନା ଯୋଗୁଁ ସାରା ବିଶ୍ଵ ଏବେ ଆତଙ୍କିତ ।କରୋନା ପାଇଁ ଅର୍ଥବ୍ୟବସ୍ଥା ବି ସ୍ଥାଣୁ । ସମସ୍ତଙ୍କ ମନରେ କୋକୁଆ ଭୟ । ଭୟବିତ ହେବାବି ସ୍ବଭାବିକ୍ । କାରଣ ଏହି ଅଦୃଶ୍ୟ ମହାମାରୀ କରୋନା କୁ ଦମନ କରିବା ପାଇଁ କୌଣସି ଔଷଧ କିମ୍ବା ଭାକସିନ୍ ବାହାରି ପାରି ନାହିଁ । କିନ୍ତୁ  କରୋନା ପ୍ରତିଷେଧକ ଉଦ୍ଭାବନ ନିମନ୍ତେ ସାରା ବିଶ୍ଵର ଗବେଷକ ଓ ବିଜ୍ଞାନୀ ଲାଗି ପଡ଼ିଛନ୍ତି । ଭାରତ​‌ରେ ଅକ୍ଟୋବର -ନଭେମ୍ବର ବେଳକୁ ଟୀକା ଉଦ୍ଭାବନ ହେବ ବୋଲି ଆଶା କରାଯାଉଛି । ହେଲେ ଏହି ସ୍ଥିତିରେ ରୁଷରୁ ଆସିଛି ଏକ ଆଶ୍ଵସ୍ତିକର ଖବର । ଆସନ୍ତା ଅଗଷ୍ଟ ୧୦ ତାରିଖ ସୁଦ୍ଧା ବଜାରକୁ କରୋନା ଟୀକା ଆସିଯିବ ବୋଲି ରୁଷ ଦାବି କରିଛି । ରୁଷର ଜଣେ ସରକାରୀ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଟୀକା ଉଦ୍ଭାବନ ଓ ଗବେଷଣା କ୍ଷେତ୍ରରେ ପାଣ୍ଠି ଯୋଗାଇ ଦେଉଥିବା ରୁଷୀୟ ସଂସ୍ଥା ପକ୍ଷରୁ କିରିଲ୍ ଡିମିତ୍ରିଭ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ପ୍ରାୟ ୨୦ ଦେଶ ଓ କିଛି ଆମେରିକୀୟ କମ୍ପାନୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଜାପାନ ଟାଇମ୍ସ ଓ ସିଏନ୍ଏନରେ ପ୍ରକାଶିତ ସୂଚନା ଅନୁସାରେ ମସ୍କୋର ଗାମାଲିଆ ପ୍ରତି​‌ଷ୍ଠାନ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି ଏବଂ ଏହାକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଅଗଷ୍ଟ ୧୦ରୁ ୧୨ ତାରିଖ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । ପ୍ରଥମେ ଛାମୁଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବଂ ଏହାପରେ ସର୍ବସାଧାରଣଙ୍କୁ ପ୍ରଦାନ କରାଯିବ  ।

Leave A Reply

Your email address will not be published.