ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି

0 304

ପୁରୀ,୪/୭(ଏସ ଏସ ନିୟୁଜ)ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କଲେପୋଲିସ ମହାନିର୍ଦ୍ଦେଶକ ଅଭୟ ।ରଥଯାତ୍ରା ପାଇଁ ହେବାକୁଥିବା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଯାଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅନୁଧ୍ୟାନ ପରେ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କରିବା ସହ ପୁରୀ ବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି । ଗତବର୍ଷ ଯେପରି ସହଯୋଗ କରିଥିଲେ ଏଥର ସେହିଭଳି ସହଯୋଗ କରିବେ ବୋଲି ଆଶା ରଖିଲେ ଡିଜିପି । ଘରେ ରହି ଟିଭି, କମ୍ପ୍ୟୁଟର, ସ୍ମାର୍ଟଫୋନରେ ରଥଯାତ୍ରା ଦେଖିବାକୁ ମଧ୍ୟ ଅପିଲ କରିଛନ୍ତି ଡିଜିପି ଅଭୟ । ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ଏସ୍ ପି ଭଲ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବାରୁ ଖୁବ ଶୀଘ୍ର ଚୂଡ଼ାନ୍ତ ରୂପ ଦିଆଯିବ କହିଲେ ଡିଜିପି ।

Leave A Reply

Your email address will not be published.