ପୁରୀରୁ ଆରମ୍ଭ ଖୋର୍ଦ୍ଧାରେ ଶେଷ ହେଲା ଚାକିରି

0 571

ବାରଙ୍ଗ,୩୦/୬(ଏସଏସନିୟୁଜ)ଚାକିରି ଜୀବନ ପୁରୀ ଜିଲ୍ଲାରୁ ଆରମ୍ଭ କରି ଖୋର୍ଦ୍ଦାଶିକ୍ଷାଜିଲ୍ଲାରେ ସମାପ୍ତ କରିଛନ୍ତି ରମାକାନ୍ତ । ରମାକାନ୍ତ ପଣ୍ଡା ଙ୍କ ହେଉଛି ଭୁବନେଶ୍ୱର ଉପକଣ୍ଠ ମଚେଂଶ୍ୱରଥାନା ଅଧିନସ୍ଥ ବରିମୁଣ୍ଡ ଗ୍ରାମ ।ନିଶା ରହିଥିଲା ପିଲାମାନଙ୍କୁ ପାଠପଢାଇବା ।ଏହା  ସହିତ ତାଙ୍କ ଗ୍ରାମରେ ଥିବା ପ୍ରତିଷ୍ଠିତ ଶୈବପୀଠ ବାବା ଙ୍କର ପୁଜକ । ଧର୍ମପନ୍ତୀ ମଧ୍ୟ ଜଣେ ଶିକ୍ଷୟତ୍ରୀ ।୧୯୮୦ମସିହାରେ ଶିକ୍ଷକନଜୀବନ ପୁରୀ ଜିଲ୍ଲାରୁ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧାଜିଲ୍ଲା ଗଙ୍ଗପଡା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଚାକିରି ଜୀବନର ଶେଷ ହୋଇଥିଲା । ମଙ୍ଗଳବାର ଥିଲା ଚାକିରି  ଜୀବନର ଶେଷ ଦିନ ।ଏହି ସ୍କୁଲର ବରିଷ୍ଟ ଶିକ୍ଷକ ଅକ୍ଷୟକୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରଛନ୍ତି ରମାକାନ୍ତ । ଶେଷଦିିନରେ ଅଭିଭାବକମାନଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ   ଓ  କମିଟିର  ସଦସ୍ୟମାନଙ୍କ   ପାଇଁ ଚିରସ୍ମରଣୀୟ ହୋଇରହିଛନ୍ତି । ସମସ୍ତଙ୍କ ତରଫରୁ   ଆଜି ବିଦ୍ୟାଲୟ ପରିସରରେ ପ୍ରଧାନ ଶିକ୍ଷକ ରମାକାନ୍ତ ଙ୍କୁ ବିଦାୟକାଳିନ ସମ୍ଭର୍ଦ୍ଧନା ଦିଆଯାଇଥିଲା । ଛାତ୍ରବସ୍‌ଳ ଗୁଣ ସାଙ୍ଗକୁ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାର କୈାଶଳ ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ । ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତିବିଧାନ ପାଇଁ ଅହରହ ପ୍ରଚେଷ୍ଟା ସାଙ୍ଗକୁ     ଶିକ୍ଷାବିଭାଗର ପାଦଧିକାରୀ ଓ କମିଟିସଦସ୍ୟମାନଙ୍କ ସହ ସମତାଳରେ ସମ୍ପ୍ରକ ସ୍ଥାପନ କରପାରିଥିଲେ ବୋଲି ବିଦାୟକାଳିନ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।ସରକାରୀ ନୀୟମାନୁସାରେ ୬୦ବର୍ଷ ବୟସ ପୁର୍ବରୁ ସେ ଚାକିରି ଛାଡିଛନ୍ତି ରମାକାନ୍ତ । ତାଙ୍କ ଚାକିରିକାଳ ର ୩୭ବର୍ଷ୧୧ମାସ୧୫ଦିନ ମଧ୍ୟରେ ୪ଟି ବିଦ୍ୟାଳୟ ବେଣୁପୁର ହାଇସ୍କଲ,ବରିମୁଣ୍ଡ ହାଇସ୍କଲ,କେନ୍ଦ୍ରୁପାଟଣା ଉକ୍ତଳମଣି ହାଇସ୍କଲ,ନହରକଂଟା ହାଇସ୍କଲ ଓ ଗଙ୍ଗପଡା ହାଇସ୍କୁଲରେ ପ୍ରଧାନଶିକ୍ଷକ ସୁଚାରୁରୁପରେ ଦାୟିତ୍ୱ ନିର୍ବାହ କରିଛନ୍ତି ।

 

Leave A Reply

Your email address will not be published.