ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ

ଖବର ଆଜିରତାରିଖ ୨୬-୦୧-୨୦୨୧ ମଙ୍ଗଳବାର

0 279

୧-ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି।
୨-ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ, ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍ ।
୩-ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ ।
୪-ପାଠ ନ ପଢ଼ି ପାଠୋଇ: ଭକ୍ତିରସର ଅନନ୍ୟ ପ୍ରତିଭା ପୂର୍ଣ୍ଣମାସୀ ଜାନୀ, ମିଳିଲା ପଦ୍ମଶ୍ରୀ ଉପାଧି ।
୫-ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ପ୍ରତିଭାକୁ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ଦେଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ ।
୬-ମୋ ସ୍କୁଲ କାର୍ଯ୍ୟକ୍ରମ ; ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ସ୍କୁଲ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ରହିଛି; ଏହାର ରୂପାନ୍ତରରେ ସାମିଲ ହେବା ପାଇଁ ଆହ୍ବାନ ।
୭–ଜମ୍ମୁ-ପଞ୍ଜାବ ସୀମାରେ ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନା ହେଲିକପ୍ଟର, ୨ ପାଇଲଟ୍ ଗୁରୁତର ।
୮-ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ବୋଧନ, ‘କୃଷକ, ଯବାନ ଓ ବୈଜ୍ଞାନିକଙ୍କ ପ୍ରତି ଭାରତ ବର୍ଷ କୃତଜ୍ଞ, ୨୦୨୦ ବର୍ଷ ଦେଇଛି ଶିକ୍ଷା’ ।
୯-ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ ।
୧୦-ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ ।
୧୧-ଟିଆରପି ରେଟିଂ ଫିକ୍ସ କରିବା ଲାଗି ଅର୍ଣ୍ଣବ ମ‌ତେ ୧୨,୦୦୦ ଡଲାର ଏବଂ ୪୦ ଲକ୍ଷ ଟଙ୍କା ଦେଇଥିଲେ : ବାର୍କର ପୂବର୍ତନ ସିଇଓ ।
୧୨-ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ – ଏକମାତ୍ର ଓଡ଼ିଆ ଭାବେ ସମ୍ମାନିତ ହେଲେ ଅନ୍ୱେଷ
୧୩-ଯୁକ୍ତ୨ ପରୀକ୍ଷା ଢାଞ୍ଚା ପରିବର୍ତନ : ପ୍ରଶ୍ନପତ୍ରରେ ୮୦% ସଂକ୍ଷିପ୍ତ ପ୍ରଶ୍ନ ।
୧୪-ଓଡ଼ିଶା ପାଇଁ ନାବାର୍ଡର ୧,୧୦, ୭୩୫ କୋଟିର ଋଣ ଯୋଜନା ।
୧୫-ଫେବ୍ରୁଆରି ୧୫ରୁ ରାଜ୍ୟରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ।
୧୬-କୋଭିଡ୍ ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ ।
୧୭-ରାଜ୍ୟରେ ପ୍ରଥମଥର ଲାଗି ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
୧୮-ସକାଳ ୬.୩୦ରୁ ୯ଟା ଗାନ୍ଧୀମାର୍ଗରେ ୧୪୪ ।
୧୯-ପୁରୁଣା ଗାଡ଼ି ଉପରେ ଏଣିକି ଲାଗି ‘ସବୁଜ ଟିକସ’: ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି ଯିବ କବାଡ଼ିଖାନା ।
୨୦ଆସେଞ୍ଚରକୁ କାଟି TCSହେଲା ବିଶ୍ବର ସବୁଠାରୁ ବଡ IT ଫାର୍ମ : ଘୋଷଣା କଲା ମାର୍କେଟ୍ କ୍ୟାପ୍
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.