କ୍ୱାରେଣ୍ଟିନରେ ରହିଲେ ୨ ମନ୍ତ୍ରୀ

0 496

ଭୁବନେଶ୍ୱର,୧୪/୮ (ଏସ ଏସ ନିୟୁଜ ) ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ବାରଣ କରାଯାଇଛି ।ଏହି ଦୁଇ ମନ୍ତ୍ରୀ ହେଉଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଜଣ ମନ୍ତ୍ରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ କୁହାଯିବା ସହ ସ୍ୱାଧୀନତା ଦିବସରେ ଏମାନେ ଜାତୀୟ ପତାକା ଉତ୍ତୋଳନ କରିବାକୁ ବାରଣ କରାଯାଇଛି । ଦୁଇ ମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟ କରୋନା ପଜିଟିଭି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.