ରବିବାରରୁ ଆରମ୍ଭ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

0 317

ଭୁବନେଶ୍ୱର,୩୦/୧୧- ରବିବାରଠାରୁ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ଦର୍ଶକମାନଙ୍କୁ ମିଳିବ ଆକର୍ଷଣୀୟ ପରୁସ୍କାର ଓ ଶେଷଦିନ ମିଳିବ ଆକ୍ଟିଭା ଗାଡି । ଆୟୋଜକମାନେ ଏହିଭଳି ଏକ ନୁଆ ଅଭିନବ ଯୋଜନା କରିଛନ୍ତି । ଡିସେମ୍ବର ୧ ତାରିଖଠାରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଟୁର୍ଣାମେଂଟରେ ଗ୍ରାମାଂଚଳ ଓ ସହରାଂଚଳ ବିଭାଗ ମାଧ୍ୟମରେ ପ୍ରତିଯୋଗୀତା କରାଯିବ । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି ଦଳ ଅଂଶଗ୍ରହଣ କରିବାର ସିଦ୍ଧାନ୍ତ ହୋଇଛି ।

ଗ୍ରାମାଂଚଳର ଦଳଗୁଡିକ ହେଲା ବନମହାବୀରକ୍ଲବ୍ ଜୟପୁର,ମାମଙ୍ଗଳାକ୍ଲବ ଗୋଠପୁର ,ବେଲେଶ୍ୱରକ୍ଲବ ବେଲଗଛିଆ,ପ୍ରତାପକ୍ଲବ ପ୍ରତାପନଗରୀ, ପଦ୍ମକେଶରପୁରକ୍ଲବ, ସ୍ୱର୍ଣଦେବୀକ୍ଲବ ବଉଳକୁଦ,ବାନ୍ଛାମଣିକ୍ଲବ ଟାଙ୍ଗିବନ୍ତ,ବନଦୁର୍ଗାକ୍ଲବ ଗାଡକଣ,ଆଲାମଗିରିକ୍ଲବ ସାଇଁଶୋ, ରୁରାର୍ଲସ୍ପୋର୍ଟସ କ୍ଲବ ଗବବସ୍ତ,ବଜରଙ୍ଗବାଲିକ୍ଲବ ଘାଟିକିଆ, ମାହବୀରକ୍ଲବ ନରଣପୁର, ମଦନ ମୋହନକ୍ଲବ ଉଷୁମା ,କୃଷକବନ୍ଧୁକ୍ଲବ ତଣ୍ଡିକଣା,ଫ୍ରେଣ୍ଡସ୍ କ୍ଲବ ଯଦୁପୁର, ସୁପ୍ରିମଫୁଟବଲକ୍ଲବ ବରାହିପୁର ଓ ସହରାଚଂଳପାଇଁ ରାଜ୍ୟକ୍ରିଡାଛାତ୍ରାବାସ କଟକ,ସାଇ ହଷ୍ଟେଲ କଟକ,ମଙ୍ଗଳାକ୍ଲବ କଟକ,କିଶୋରକ୍ଲବ ଭୁବନେଶ୍ୱର,ୟାଜଧାନୀକ୍ଲବ -୭୩,ଜଗା ୟୁନାଇଟେଡ୍ କ୍ଲବ,ଏଜି ଓଡିଶା,ଇଷ୍ଟକୋଷ୍ଟ୍ ରେଳବାଇ,ଖୋର୍ଦ୍ଧାରୋଡ ଦଳଗୁଡିକ ଭାଗନେବେ । ଗ୍ରାମାଂଚଳ ଚମ୍ପିୟାନ ଦଳକୁ ୨୦ହଜାରେ ଓ ସହରାଂଚଳ ଚମ୍ପିୟାନ ଦଳକୁ ୨୫ହାଜରେ ଟଙ୍କା ସହ କପ ଦେବାକୁ ଆୟୋଜକ ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋଟସ୍ କ୍ଲବ ନିଷ୍ପତି ନେଇଛି ।ଦର୍ଶକମାନଙ୍କ ପାଇଁ ପ୍ରତିଦିନ ମାଗଣା ଲଟେରୀ ଉଠାଣରେ ଆକର୍ଷଣୀୟ ପୁରସ୍କାର ଥିବାବେଳେ ଫାଇନାଲମ୍ୟାଚ୍ ଦିନ ଆକ୍ଟିଭା ଗାଡି ରଖାଯାଇଛି ବୋଲି ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟର ଅଧକ୍ଷ ଅର୍ନ୍ତର୍ଯ୍ୟାମି କୁଅଁର କହିଛନ୍ତି ।

Leave A Reply

Your email address will not be published.