ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

0 91

ବାରଙ୍ଗ,୬ା୯(ଲିଙ୍ଗରାଜରାଉତ)ପ୍ରତ୍ୟକବର୍ଷଭଳି ଚଳିତବର୍ଷ ମେଣ୍ଢାଶାଳଗ୍ରାମର ଦୁଲାଦେବୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ନଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି ।ଆସନ୍ତାକାଲି ନନ୍ଦୋସ୍‌ବ ପାଳନକରାଯାଇ ଅଂଚଳର ଦଶଗୋଟି ଗ୍ରାମର ଚାରିହଜାରେରୁଉର୍ଦ୍ଧ ଶିଶୁମାନଙ୍କୁ ଉସ୍‌ସବକମିଟିତରଫରୁ ପ୍ରସାଦ ବତରଣୀ ବ୍ୟବସ୍ଥା କରାଯାଇଥିବାର କମିଟିପକ୍ଷରୁ କୁହାଯାଇଛି ।ସେହିଭଳିଭାବେ କୁହ୍ନେଇଁପଡା ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରରେ ବୁଧବାରଦିନ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହାସହିତ ଗୁରୁବାର ଦିନ ନନ୍ଦୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ରାତି୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଏହାକୁ ଦେଖିବାପାଇଁ ଆଖପାଖ ଅଂଚଳର ବହୁ ଭକ୍ତମାନେ ଉପସ୍ଥିତ ଥିଲେ ।ଶେଷରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । କାର୍ଯ୍ୟକ୍ରମକୁରାଧାଗୋବିନ୍ଦଧାମର କର୍ମକତାମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.