ରଘୁନାଥ ଦେବଙ୍କ ରଥ ବୁଲିଲା

0 294

ଡେଲାଙ୍ଗ,୧୫/୧ (ଏସଏସନିଉଜ) ତେଇଶିପୁର ଗ୍ରାମର ଆରାଧ୍ୟ ରଘୁନାଥଦେବଙ୍କ ରଥ ଗ୍ରାମ ପରିକ୍ରମା କରିଛି ।କେବଳ ସେତିକି ନୁହେଁ ରଘୁନାଥ ଦେବଙ୍କ ରଥ ଆଗରେ କଣ୍ଢେଇ ନାଚ, ଢୋଲ, ମାର୍ଦଳ, ଘୋଡ଼ାନାଚ, ସଂକୀର୍ତନ ପ୍ରଭୃତି ଶୋଭାଯାତ୍ରା କରାଯାଇ ଗ୍ରାମ ପରିକ୍ରମା କରିଯାଇଛି ।ଯାହାକୁ ଦେଖିବାପାଇଁ ଆଖପାଖ ଗ୍ରାମର ଶହଶହ ନରନାରୀମାନେ ଉପସ୍ଥିତ ରହି ଏହି ଅଧ୍ୟାମ୍‌ିକ ପରିବେଶକୁ ଉପଭୋଗ କରିବା ସହ ରଘୁନାଥଙ୍କୁ ଦର୍ଶନ କରିଥିଲେ ।ଏଥିସହିତ ରଘୁନାଥଙ୍କର ପ୍ରସିଦ୍ଧ ଅଲଣାଯାଉ ଖାଇବାକୁ ସ୍ଥାନୀୟ ଅଂଚଳରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।
ମାନସିକ କରିଥିବା ଗାଁର ମହିଳା ଏବଂ ପୁରୁଷମାନଙ୍କ ଦ୍ୱାରା ପ୍ରଭାତରୁ ରଘୁନାଥ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଭାତରେ ବାଳଭୋଗ, ମଧ୍ୟାହ୍ନରେ ଶଙ୍ଖୁଡ଼ି ଭୋଗ ଓ ସଂଧ୍ୟାରେ ଅଲଣା ଯାଉ ଭୋଗ ସମର୍ପଣ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ପୂଜା ଉକ୍ତ ଗ୍ରାମରେ ଦୀର୍ଘ ଦିନ ହୋଇ ଆସୁଅଛି । ମାନସିକ କଲେ ଇଚ୍ଛା ପୂରଣ ହୁଏ ବୋଲି ଗ୍ରାମର କେତେକ ମାନସିକଧାରୀ ମହିଳାମାନେ ମତପ୍ରକାଶ କରିଛନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ମଧ୍ୟରେ ପ୍ରତ୍ୟେକ ରବିବାର ପୂଜାର୍ଚ୍ଚନା କରାଯାଏ ଏବଂ ମକର ସଂକ୍ରାନ୍ତି ଦିନ ରଘୁନାଥ ଦେବପୂଜାର ଉଦ୍‌ଯାପନୀ ତଥା ସମର୍ପଣ ଦିବସ ଭାବେ ପାଳନ କରାଯାଇଥାଏ । ଉଦଯାପନୀ ଦିବସରେ ରଘୁନାଥ ଦେବଙ୍କ ରଥ ଆଗରେ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ ମୁଣ୍ଡରେ ଥିବା ମିରିଗି ପୋଖରୀରେ ବିସର୍ଜନ କରାଯାଏ । ଗ୍ରାମର ଉକ୍ତ କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ବେହେରାଙ୍କ ସହିତ ଗୋବିନ୍ଦ ବେହେରା, ବୁଟୁ ବେହେରା, ମାନସ ବାରିକ, ବାପି ବେହେରା, ଦେବୁଲ୍ ସ୍ୱାଇଁ ପ୍ରମୁଖ ପ୍ରତ୍ୟେହ ଏହି ଉତ୍ସବକୁ ସରସସୁନ୍ଦର କରିବା ପାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.