ରାଗିଣି ଓ ଭିକିର ନୁଆ ଠିକଣା ହେବ…

0 221

ବାରଙ୍ଗ,୨୦/୩(ଏସଏସନିୟୁଜ)ଆଉ କେଇଘଂଟା ପରେ ରାଗିଣି ଓ ଭିକିର ନୁଆ ଠିକଣା ପାଲଟିବାକୁ ଯାଉଛି ।ଭିକି ଓ ରାଗିଣି ହେଉଛନ୍ତି ନନ୍ଦନକାନନର ଆକର୍ଷଣୀୟ ବାଘ ଓ ବାଘୁଣି ।ଭିକି ହେଉଛି କଳାଲୋମଯୁକ୍ତ ବାଘ ଓ ରାଗିଣି ହେଉଛି ଧଲାରଙ୍ଗର । ରାଗିଣି ଓ ଭିକି କୁ ମିଶାଇ ୧୩ଟିପଶୁପକ୍ଷୀ ମଧ୍ୟପ୍ରଦେଶ ଇନ୍ଦୋର କମଳା ନେହେରୁ ପାର୍କକୁ ଯିବେ ।ଏଥିପାଇଁ ନନ୍ଦନକାନନରେ ସଜବାଜ ଆରମ୍ଭ ହୋଇଯାଇଛି । ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଏମାନେ ମଧ୍ୟପ୍ରଦେଶ ଯାଉଥିବାବେଳେ ଏହାର ପ୍ରତିବଦଳରେ ମଧ୍ୟପ୍ରଦେଶରୁ ନନ୍ଦନକାନନକୁ ଗତ ଡିସେମ୍ବରମାସରେ ୨ମାଇ ଏସିୟସିଂହ ,୩ଘଡିଆଳ କୁମ୍ଭୀର,୨ମାଇ ଭାରତୀୟ ଧୁଷରଗଧିଆ,ଗୋଟିଏ ମାଇ କୋକିଶିଆଳି କୁ ମିଶାଇ ୮ଟି ନୁଆ ଅତିଥି ଆସିଥିଲେ ।ଏହାର ପ୍ରତିବଦଳରେ ନନ୍ଦନକାନନରୁ ଯିବାକୁ ଥିବା ପଶୁପକ୍ଷୀ ଆଜି ମଧ୍ୟପ୍ରଦେଶ ଅଭିିମୁଖେ ଯିବାର ଉଦ୍ୟମ ଆରମ୍ଭ ହେଉଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.