ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

0 302

ଖବର ଆଜିର,ତାରିଖ ୧୧/୦୯/୨୦ ଶୁକ୍ରବାର
୧-ଦୁର୍ଗାପୂଜା ଓ କାଳୀପୂଜା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର : ଅନୁମତି ନେଇ ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ନିର୍ଦ୍ଦେଶ, ଭକ୍ତଙ୍କୁ ଦର୍ଶନ ମନା; ପୂଜାରୀଙ୍କୁ ମିଶାଇ ପେଣ୍ଡାଲରେ ସର୍ବାଧିକ ରହିପାରିବେ ୭ ଜଣ।
୨-ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା : ହୋମ୍ ଆଇସୋଲେସନ୍ ଓ ହୋମ କ୍ୱାରେନଟାଇନ ଡିସଚାର୍ଜ ସାର୍ଟିଫିକେଟ୍ ଦେବ ବିଏମସି।
୩-କଟକ, ପୁରୀ ଓ ଖୋର୍ଦ୍ଧା ସମେତ ୧୭ଟି ଜିଲ୍ଲାରେ ରହିଛି ଝଡ଼ବର୍ଷା ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି।
୪-ରାମ ଜନ୍ମଭୂମି ଟ୍ରଷ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ: ଲକ୍ଷ୍ନୌର ବ୍ୟାଙ୍କରୁ ଜାଲ୍ ଚେକରେ ଟଙ୍କା ଉଠାଯାଇଥିବା ଅଭିଯୋଗ; ଅଯୋଧ୍ୟାରେ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ।
୫-ଅନୁଭବ ଓ ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ : ବିବାହ ବିଚ୍ଛେଦ ନୁହେଁ, ସେ ସମାଧାନ ଚାହାନ୍ତି ବୋଲି କହିଲେ ବର୍ଷା।
୬-ଲକ୍ଷଣ ଅଛି, ହେଲେ ରିପୋର୍ଟ ନେଗେଟିଭି; ଏପରି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ।
୭-ବାୟୁସେନାରେ ସାମିଲ ହେଲା ‘ରାଫେଲ’।
୮-ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା । ଉଦ୍ଧବ ଠାକରେଙ୍କ ବିରୋଧରେ ମନ୍ତବ୍ୟ ନେଇ ମୁମ୍ବାଇର ବିକ୍ରୋଲି ଥାନାରେ ଏତଲା।
୯–ପୂର୍ବତନ ବିଜେପି ସାଂସଦ ତଥା ଅଭିନେତା ପରେଶ ରାୱଲଙ୍କୁ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାର ଚେୟାର୍ ମ୍ୟାନ୍ ନିଯୁକ୍ତ ହୋଇଛନ୍ତି ଜ୍ଝ
୧୦-ହାତ ବାନ୍ଧି ମହାନଦୀକୁ ଡେଇଁଲେ ପ୍ରେମୀଯୁଗଳ, ତିନି ଦିନ ପରେ ଲୁଣା ନଦୀରୁ ଶବ ଉଦ୍ଧାର।
୧୧-ଊଉଏଓ ର ନୋଟିସ୍ ପରେ ଭାରତରେ କରୋନା ଟିକା ପରୀକ୍ଷଣରେ ଲାଗିଲା ବିରାମ – ସେରମ୍ ଇନଷ୍ଟିଚ୍ୟୁଟ୍ ବନ୍ଦ କଲା ପରୀକ୍ଷଣ।
୧୨-କରୋନା ମହାମାରୀ କାରଣରୁ ଚଳିତବର୍ଷ ଇପିଏଫଧାରୀମାନଙ୍କୁ ଦୁଇଟି କିସ୍ତିରେ ମିଳିବ ସୁଧ ଟଙ୍କା। ପ୍ରଥମେ ୮.୧୫ ପ୍ରତିଶତ ଓ ଚଳିତ ବର୍ଷ ଶେଷକୁ ୦.୩୫ ପ୍ରତିଶତ ସୁଧଟଙ୍କା ସେମାନଙ୍କର ଖାତାରେ ଜମା କରାଯିବ।
୧୩-‘ନିଟ୍‌’ ୨୦୨୦: ପରୀକ୍ଷା ପରିଚାଳନା ନିମନ୍ତେ ସଂଶୋଧିତ ‘ଏସ୍ଓପି’ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।
୧୪-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଦ୍ବିପାକ୍ଷିକ ସମ୍ପର୍କରେ ହାସଲ ହୋଇଥିବା ସଫଳତା କଥା କହିଲେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ।

Leave A Reply

Your email address will not be published.