ବୃକ୍ଷରୋପଣ କଲେ,ଯୋଦ୍ଧାଙ୍କୁ ସମ୍ମାନୀତ କଲେ

0 647

ପବ୍ଲିକ ରାଇଟ୍ସ ଆସୋସିଏସନ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ
ଡେଲାଙ୍ଗ, ୧୦/୯(ଏସଏସନିୟୁଜ)ଡେଲାଙ୍ଗ ବ୍ଲକରେ ଆଜି ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି । କରୋନା ମହାମାରୀ ସଂକ୍ରମଣ ଠାରୁ ଜନସଧାରଣଙ୍କୁ ଦୂରେଇ ରହିବା ପାଇଁ ଲିପ୍ସା ଫାଉଣ୍ଡେସନ ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ସଚେତନତା ସୃଷ୍ଟିକରି ବେଶ ଖ୍ୟାତି ଅର୍ଜନ କରିଛି । ଫାଉଣ୍ଡେସନର ଏହି ସାମାଜିକ କାର୍ଯ୍ୟପାଇଁ ସ୍ଥାନୀୟ ଅଚଂଳରେ ବୁଧିଜିବିମାନେ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସହିତ ପ୍ରସଂଶା କରିଛନ୍ତି । ଏହି ଅବସରରେ ଲିପ୍ସ ଫାଉଣ୍ଡେସନକୁ ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ ଲିପ୍ସା ଫାଉଣ୍ଡେସନର ସଭାପତି ପୂଣ୍ଣେନ୍ଦୁ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ପରିବେଶବିତ ବିଶ୍ୱଜିତ ପରିଡାଙ୍କୁ ପରିବେଶ୍ ବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଆସୋସିଏସନର ରାଜ୍ୟ ସଂଗଠନର ଜୋଜିରଂଜନ ପଟ୍ଟନାୟକ ଓ ବ୍ଲକ ସଭାପତି କବିନ୍ଦ୍ର ଗୁରୁ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା

Leave A Reply

Your email address will not be published.