ରାଜଧାନୀରେ ହାତୀ ଆତଙ୍କ:ଭାଙ୍ଗିଲା ଘରର ପାଚେରୀ, ଉପାଡି ଫୋପାଡିଲା କଦଳୀ ଗଛ

0 286

ଭୁବନେଶ୍ୱର :୧୦/୯(ଏସଏସଏନ) ରାଜଧାନୀ ଭୁବନେଶ୍ବରରେ ଦେଖାଦେଇଛି ହାତୀ ଆତଙ୍କ । ଗୁରୁବାର ସକାଳେ ରାଜଧାନୀରେ ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଖଣ୍ଡଗିରିସ୍ଥିତି ଭରତପୁର ଜିଏ କଲୋନୀରେ ଦନ୍ତା ହାତୀ ପଶି ଘରର ପାଚେରୀ ଭାଙ୍ଗିବା ସହ କଦଳୀ ଗଛ ଓପାଡ଼ି ପକାଇଦେଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତାହାତୀକୁ ଘଉଡ଼ାଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଏହାସହ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ସୂଚନା ମିଳିଛି।ତେବେ ରାଜଧାନୀ ଓ ତାର ଆଖପାଖ ଅଞ୍ଚଳରେ ବାରମ୍ବାର ହାତୀ ପ୍ରବେଶ କରି ଧନଜୀବନ କ୍ଷୟକ୍ଷତି କରୁଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠେ ଜଙ୍ଗଲୀ ହାତୀ ଜଙ୍ଗଲରେ ନ ରହି ଜନବସତି ଆଡେ ମାଡିଅାସୁଛନ୍ତି ତାହାର କାରଣ କଣ । ଜଙ୍ଗଲରେ ଖାଦ୍ୟର ର ଅଭାବ ନା ଜଙ୍ଗଲ ସଫା କରି ବଡ ବଡ ଅଟାଳିକା ମାନ ତିଆରି କରିବା । ଏମିତି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି ।

Leave A Reply

Your email address will not be published.