ରାଜନୀତିରୁ ଅବସରନେଲେ ଅଚ୍ୟୁତସାମନ୍ତ

0 100

 

ଭୁବନେଶ୍ବର,୯।୬(ଏସଏସନିଉଜ)ବିଜୁଜନତା ଦଳର ଅନ୍ୟତମନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିବା ନେଇ ଆଜି ଘୋଷଣା କରିଛନ୍ତି ।ଗତକାଲି ନବୀନନିବାସରେ ବିଜୁ ଜନତାଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କୁ ଭେଟି ଏ ସମ୍ପର୍କରେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭାପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସାମନ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ ଏବଂ ଏହି ସମାଜ ସେବାକୁ ଆହୁରି ବ୍ୟାପକ କରିବେ ବୋଲି ସାମନ୍ତ ପ୍ରକାଶ କରିଛନ୍ତି।ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ।

Leave A Reply

Your email address will not be published.