ରାଜଧାନୀ ବିଚ ରାସ୍ତାରେ ରକ୍ତର ହୋଲି

0 517

ଭୂବନେଶ୍ଵର,୬/୩(ଏସଏସନିୟୁଜ) ରାଜଧାନୀ ଥରହର । ବିଚ ରାସ୍ତାରେ ରକ୍ତର ହୋଲି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଏହିଭଳି ଘଟଣ । ରାଜଧାନୀ ଭୁବନେଶ୍ୱର ସିଆରପି ଛକରେ ଦିନ ଦ୍ୱିପହରରେ ଏହି ଚାଞ୍ଚଲ୍ୟକର ଘଟିଛି। ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣ ଅଟକ ଥିବା ଡିସିପି କହିଛନ୍ତି ।
ପ୍ରକାସ ଯେ,ତେବେ ପିକଅପ୍ ଭ୍ୟାନରେ ସାଲିଆସାହିର ଜଟିଆ, ସୁଧୀର ଓ ସାଗର ନାମକ ୩ ଜଣ ଯୁବକ ଆସୁଥିଲେ । ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ପରେ ଭୁଜାଲି ଓ ଫାର୍ସାରେ ଜଟିଆଙ୍କ ବେକକୁ ହାଣି ଦେଇଥିଲେ ସୁଧୀର ଓ ସାଗର । ତେବେ ଜଟିଆଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ଲୋକମାନେ ଦୁହିଁଙ୍କୁ ପୋଲିସ ଜିମା ଦେଇଥିଲେ । ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ମୃତକ ଓ ୨ ଆକ୍ରମଣକାରୀ ସାଲିଆସାହିର ହୋଇଥିବା ବେଳେ ଧରାପଡିଥିବା ଆକ୍ରମଣକାରୀ ୨ ଭାଇ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.