ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର

ଖବର ଆଜିର,ତାରିଖ ୨୭-୦୭-୨୦୨୧/ମଙ୍ଗଳବାର

0 229

୧– ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ
୨– ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ
୩-କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ।
୪-ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର ବିବାଦୀୟ ଡେମଚୋକ୍ କ୍ଷେତ୍ରରେ ଦେଖିବାକୁ ମିଳିଲା ଚାଇନା ଟେଣ୍ଟ ।
୫-କର୍ଣ୍ଣାଟକରେ ବଡ଼ ଧରଣର ରାଜନୈତିକ ହଲଚଲ । ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ୟେଦିୟୁରପ୍ପା । କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
୬– କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି
୭-ମୀରାବାଈ ଚାନୁଙ୍କୁ ନିଜ ଦେଶରେ ଭବ୍ୟ ସ୍ୱାଗତ: ‘ଭାରତ ମାତା କି ଜୟ’ ସ୍ଲୋଗାନରେ କମ୍ପିଲା ବିମାନବନ୍ଦର .।
୮-ହିଂସକ ହେଲା ମିଜୋରାମ ସହ ବିବାଦ, ଉପଦ୍ରବୀଙ୍କ ଗୁଳିରେ ଟଳିଲେ ଆସାମର ୬ ପୋଲିସ କର୍ମୀ ।
୯-ପଶ୍ଚିମବଙ୍ଗ ପରେ ଦିଲ୍ଲୀ ଉପରେ ଦିଦିଙ୍କ ନଜର । ୪ ଦିନିଆ ଗସ୍ତରେ କରିବେ ବୈଠକ ପରେ ବୈଠକ । ସୋନିଆ ଗାନ୍ଧୀ, ଶରଦ ପାୱାରଙ୍କ ସମେତ ଅନ୍ୟ ବିରୋଧୀ ନେତାଙ୍କୁ ଭେଟିବେ ମମତା ।
୧୦-ଟ୍ରାକ୍ଟର ଚଲାଇ ସଂସଦ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୃଷି ଆଇନକୁ ବିରୋଧ କରି ଲଗାତର ବିରୋଧ ପ୍ରଦର୍ଶନ କରୁଛନ୍ତି ଚାଷୀ ।
୧୧-ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର । ମାଷ୍ଟର କ୍ୟାଣ୍ଟିନ ଛକରେ ୨ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ ।
୧୨-ରାକେଶ ଟିକାୟତ ଦେଲେ ସରକାରଙ୍କୁ ଧମକ, ଦାବି ନ ମାନିଲେ ଲଖନଉକୁ ଦିଲ୍ଲୀ କରିଦେବୁ ।
୧୩-ହାଇଦର ଏନକାଉଣ୍ଟରରେ ପୋଲିସର କ୍ଲିୟର ସିଗ୍ନାଲ: ପ୍ରମାଦ ଗଣିଲେଣି ଅନ୍ୟ ଗ୍ୟାଙ୍ଗଷ୍ଟାର, ଚାପରେ ପେଶାଦାର ଅପରାଧୀ
୧୪-ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୫-– ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୪ ତାରିଖରେ ମନ୍ଦିର ପ୍ରଶାସନ ବୈଠକ କରିବ ବୋଲି ସୂଚନା ।
୧୬– ଏସିଏଫ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ, କିରୋସିନରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ସୂଚନା ।
୧୭– ଅଲିମ୍ପିକ ରୋପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ମଣିପୁର ପୋଲିସରେ ଅତିରିକ୍ତ ଏସ୍ପି (କ୍ରୀଡ଼ା) ଭାବେ ନିଯୁକ୍ତି ଦେବାକୁ ମଣିପୁର ସରକାରଙ୍କ ଘୋଷଣା ।
୧୮-ଓଡ଼ିଶାର ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ପାଇଁ ଦିଆଯାଇଛି ୩୬୩ ଲକ୍ଷ ଟଙ୍କା: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।
୧୯-ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.