ରାଜଧାନୀରୁ ୩୨ଚିହ୍ନଟ , ଘେରୋଇକଲେଜ ହେଲା ସିଲ

0 229

ଭୁବନେଶ୍ୱର,୨୯/୩(ଏସଏସନିୟୁଜ) ରାଜଧାନୀ  ଭୁୁବନେଶ୍ୱର ଚିନ୍ତା ବଢାଇବାକୁ ଯାଉଛି  । ଗତ ୨୪ ଘଣ୍ଟା ଭିତରେ ରାଜଧାନୀର ବିଭିନ୍ନ ଅଂଚଳରୁ ମୋଟ ୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାର ବିଏମସି ର ରିପୋର୍ଟରୁ ଜଣାପଡିଛି । ଚନ୍ଦ୍ରଶେଖରପୁର, ଗଜପତି ନଗର, ଝାରପଡା ରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ  ବିଏମସି ରିପୋର୍ଟ ଅନୁଯାୟୀ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧କୁ ବୃଦ୍ଧି ପାଇଥିବାର ଜଣାପଡିଛି ।ସେହିଭଳିଭାବେ ଭବାନୀପାଟଣା ପ୍ରଗତି କଲେଜରେ ଏକାଥରେ ୩୬ ପଜିଟିଭ ଚିହ୍ନଟ ପରେ କଲେଜ ସିଲ ନେଇ କଳାହାଣ୍ଡି ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି ।ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ବି ଟେଷ୍ଟ କରାଯିବା ସହ  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜ ପରିସରରେ ପହଂଚି ୮୦ ଜଣଙ୍କର ନମୁନା ପରୀକ୍ଷା କରିଥିବାର ଜଣାପଡିଛି ।

Leave A Reply

Your email address will not be published.