ରାଜ୍ୟରେ ବର୍ଷା ବିତ୍ପାତ

0 120

ଭୁବନେଶ୍ୱର,୨ା୮(ଏସଏସନିଉଜ)ରାଜ୍ୟରେ ବର୍ଷା ବିତ୍ପାତ ଆରମ୍ଭ ହୋଇଯାଇଛି । ବିଭିନ୍ନସ୍ଥାନରେ ବନ୍ୟାପରିସ୍ଥିତି ସୃଷ୍ଟିହେବାସହ ଅନେକସ୍ଥାନରେ ପ୍ରବାହିତ ହେଉଛି ବନ୍ୟାଜଳାଏହାଫଳରେ ହରଭଙ୍ଗାତହସିଲର ୧୦ରୁ ଅଧିକଗାଁ ପାଣିଘେରରେ ରହିଛି । ୪୧ ନଦୀକୂଳିଆ ଗାଁକୁ ସତର୍କ ସୂଚନା କରାଯାଇଛି ।ଲଗାଣବର୍ଷାରେ କେନ୍ଦୁଝର ଝୁମ୍ପୁରାବ୍ଲକ ନହବେଡା ପଞ୍ଚାୟତରେ କାନ୍ଥପଡି ଜଣଙ୍କ ଜୀବନ ଯାଇଛି । ଜୟପାଟଣାବ୍ଲକ ବିମଲାଗ୍ରାମରେ ଲଗାଣବର୍ଷାରେ କାନ୍ଥଭୁଷୁଡ଼ି ଗୋଟିଏ ପରିବାରର ୬ଜଣ ଆହତ ଓ ୨ଜଣ ଗୁରୁତରଆହତ ହୋଇଛନ୍ତି ।ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଛି ।ଏବେ ୧୯.୧୬ମିଟର ଜଳ ପ୍ରବାହିତ ହେଉଥିବାରୁ ବଡ଼ବନ୍ୟାଆସିବାର ସମ୍ଭାବନା ସୃଷ୍ଟିହୋଇଛି ।ଅନ୍ୟପଟେ ବୈତରଣୀରେ ବାଇକ୍ ସହ ଡଙ୍ଗାରେ ନଦୀପାରିବେଳେ ବୁଡ଼ିଯାଇଥିଲା ଡଙ୍ଗା ।୨ଜଣଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଘସିପୁରାବ୍ଲକ ନପଙ୍ଗାନିକଟରେ ଏହି ଅଘଟଣ ଘଟିଥିଲା ।ଲଗାଣବର୍ଷା ଫଳରେ ଝାରସୁଗୁଡ଼ାଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ , ବେସରକାରୀସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି ।ଏହାଭିତରେ ପୁଣି ଏକ ଲଘୁଚାପ ଆସିବାନେଇ ସୁଚନା ମିଳିଛି ।୯-୧୦ ତାରିଖବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଥିବାନେଇ ଘରୋଇପାଣିପାଗସଂସ୍ଥା ସ୍କାଏମେଟ୍ ପକ୍ଷରୁ ସୂଚନା ଦିଆଯାଇଛି ।ଏହାଯୋଗୁଁ ପ୍ରବଳବର୍ଷା ହେବାର ସମ୍ଭାବନା ନଥିଲେ ବି ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।

Leave A Reply

Your email address will not be published.