ପାଣିରେ ବୁଡ଼ିଲା ଟ୍ରକ୍‌

0 140

ଭୁବନେଶ୍ୱର,୨ା୮(ଏସଏସନିଉଜ)ଲଘୁଚାପଜନିତ ଲଗାଣବନ୍ୟାଭଳି ସ୍ଥିତି ସୃଷ୍ଟକରିଛି ।କେନ୍ଦୁଝରଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗାନାଳ ପୋଲଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛିା ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେବାରୁ ପାଣିରେ ବୁଡ଼ି ରହିଛି ଟ୍ରକ୍‌। ଯାତ୍ରୀବାହୀ ଗାଡ଼ି ଓ ଆଇରନ ଟ୍ରକଗୁଡିକ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି।ଯାହାଫଳରେ ସୁଆକାଟି-ରାଉରକେଲା ଓ ଦବୁନା ସମେତ ଅଁରା ରାଇଗୋଡା ଫୁଲଝରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।ଲଗାଣବର୍ଷା ଫଳରେ କନ୍ଧମାଳ ଜିଲ୍ଲାର ବାଘ, ଖଡ଼୍‌ଗ, କାଳିପେନୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ସାଲୁଙ୍କୀ ନଦୀରେ ବନ୍ୟା ପରସ୍ଥିତି ସୃଷ୍ଟି ହେବା ସହ ତଳିଆଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।ଅନ୍ୟପଟେ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଘାଟିରାସ୍ତାଯାତାୟାତ ଅନୁପଯୋଗୀ ହୋଇପଡ଼ିଛି।କରଡ଼ାଘାଟି ଏବଂ ଫୁଲବାଣୀ ଓ ବୌଦ୍ଧ ମଧ୍ୟରେ ସଂଯୋଗକରୁଥିବା ରାଣୀପଥରଘାଟିର କେତେକ ସ୍ଥାନରେ ମାଟି ଅତଡ଼ା ଖସିଥିବାବେଳେ ଦାରିଙ୍ଗିବାଡ଼ି ଓ ସୋରଡ଼ା ମଧ୍ୟରେଥିବା ସାତବାଙ୍କିଆଘାଟିରେ ମଧ୍ୟ କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବାର ଖବର ମିଳିଛି ।

Leave A Reply

Your email address will not be published.