ବଜ୍ରକାପ୍ତା ଚାଲାଣବେଳେ ଧରାପଡିଲେ ୮

0 117

ରାଇରଙ୍ଗପୁର,୨ା୮(ଏସଏସନିଉଜ)ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣବନଖଣ୍ଡ ଓ ରାଇରଙ୍ଗପୁରବନଖଣ୍ଡ ପକ୍ଷରୁ ଚଢଉ କରାଯାଇ ରାଇରଙ୍ଗପୁର ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହିଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ସେମାନଙ୍କଠାରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ବଜ୍ରକାପ୍ତା ବିକ୍ରିପାଇଁ ମୂଲଚାଲ କରୁଥିବାବେଳେ ସୁଚନାପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ୮ଜଣଙ୍କୁ ଧରିବାରେ ସକ୍ଷମ ହେବାସହ ସେମାନଙ୍କଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.