୫ପେସାଦାର ବନ୍ଧୁକବେପାରୀଙ୍କୁ ଧରିଲା ପୋଲିସ

0 134

କଟକ,୨ା୮(ଏସଏସନିଉଜ) କମିସନରେଟ ପୁଲିସର ସ୍ୱତନ୍ତ୍ରସ୍କ୍ୱାର୍ଡ ୫ଜଣ ପେସାଦାର ବନ୍ଧୁକ ବେପାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ଗୋଟିଏକାର ଓ ଦୁଇଟିବାଇକ, ୫ଟିବନ୍ଧୁକ ସହ ୫୦ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ।ଏମାନେ ଏମାନଙ୍କ ମଧ୍ୟରୁ ଏକାଧିକ ଧଳସାମନ୍ତ ଗୋଷ୍ଠୀର ସଦସ୍ୟବୋଲି ଜଣାପଡିବାପରେ ସେମାନଙ୍କୁ ରିମାଣ୍ଡରେ ପୋଲିସ ଆଣିବାକୁ ଯୋଜନା କରିଛି । ଅଭିଯୁକ୍ତମାନେ କଟକ ଜିଲ୍ଲା ତଥା ଅଭିଭକ୍ତ କଟକ ଜିଲ୍ଲାର ପେସାଦାର ଅପରାଧୀ ବୋଲି ପୋଲିସ ସୁଚନା ଦେଇଥିବାବେଳେ ସେମାନେ ହେଲେ ସତ୍ୟଜିତ ଜେନା ଓରଫ କାଳିଆ, ଦୁର୍ଗା ଦାସ, ଏମଡି ରହିମ, ଏସ. କେ ୱାସୀମ ଓ ଆସିଫ ସାମଲ। ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏମାନେ ସହରର ବାଲି ଘାଟ ଠିକା ଓ ମାଲ ପରିବହନ ବ୍ୟବସାୟରେ ଥିବା ବ୍ୟକ୍ତି ଙ୍କୁ ଟାର୍ଗେଟ କରି ଅପରାଧୀମାନଙ୍କୁ ବନ୍ଧୁକ ଗୁଳି ସପ୍ଲାଇ କରିଥାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.