ଲାଗିଛି ବର୍ଷା ବିପ୍ତାତ

0 102

ଭୁବନେଶ୍ୱର,୨।୮(ଏସଏସନିଉଜ)ଆଜି ବି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗର ସୂଚନାଦେଇଛି।ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା କରାଯାଇଛି।ସେହିଁଭଳିଭାବେ
ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି
ବର୍ଷା ହୋଇଥିବାବେଳେ ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।
ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା,ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିମି,ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିମି ବର୍ଷା ରେକର୍ଡ ହୋଇଛି।ଅନ୍ୟପଟେ ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର , ଝାରସୁଗୁଡ଼ା , ବରଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।ଏହାଭିତରେ
ବିଭିନ୍ନ ଜିଲ୍ଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ରେଢ଼ାଖୋଲରୁ ବୌଦ୍ଧ , ଢେଙ୍କାନାଳରୁ ଫୁଲବାଣୀ ସବୁଠି ବର୍ଷା ବିଗାଡ଼ିଛି ସ୍ଥିତି ।୫୭ ନଂ ଜାତୀୟ ରାଜପଥରେ ବନ୍ୟା ଜଳ ଲଗାଣ ବର୍ଷା ଯୋଗୁଁ ବୌଦ୍ଧରେ ବିଗିଡ଼ିଛି ସ୍ଥିତି। ୫୭ ନମ୍ବର ଜାତୀୟ ରାଜପଥ ଲଣ୍ଡାବନ୍ଧ ନିକଟରେ ଚାଲିଛି ବନ୍ୟା ପାଣି। ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ଚାରିଛକ ଦେଇ ଭୁବନେଶ୍ୱର ଓ ଫୁଲବାଣୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଲଗାଣ ବର୍ଷା ଓ ବନ୍ୟାସ୍ଥିତି ପାଇଁ ସବୁ ସରକାରୀ ଅଧିକାରୀଙ୍କୁ ହେଡ୍‌କ୍ୱାର୍ଟରରେ ଉପସ୍ଥିତ ରହିବାକୁ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.