ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ , ୧୯ମୃତ

0 194

ଭୁବନେଶ୍ୱର,୧୩/୫(ଏସଏସନିୟୁଜ) ଆଜି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ଖୋର୍ଦ୍ଧାରୁ ୧୫୫୭, କଟକରୁ ୯୩୦, ସୁନ୍ଦରଗଡ଼ରୁ ୭୭୫, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪ , ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡ଼ାରୁ ୩୭୮, ନୟାଗଡ଼ରୁ ୩୭୫, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧, ଯାଜପୁରରୁ ୩୦୭, ଜଗତସିଂହପୁରରୁ, ୨୭୮, କଳାହାଣ୍ଡିରୁ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୪୫, ବୌଦ୍ଧରୁ ୨୩୨, ଢ଼େଙ୍କାନାଳରୁ ୨୨୦, ଭଦ୍ରକରୁ ୨୧୬, ବଲାଙ୍ଗୀରରୁ ୧୯୮, ସୁବର୍ଣ୍ଣପୁରରୁ ୧୯୫, କେନ୍ଦ୍ରାପଡ଼ାରୁ ୧୮୫, କେନ୍ଦୁଝରରୁ ୧୭୫, କୋରାପୁଟରୁ ୧୬୪, ରାୟଗଡ଼ାରୁ ୧୬୩, ଦେବଗଡ଼ରୁ ୧୧୨, ଗଜପତିରୁ୧୦୪ କନ୍ଧମାଳରୁ ୬୯, ମାଲକାନଗିରିରୁ ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ଷ୍ଟେଟ୍ ପୁଲରୁ ୨୭୬ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ତା ତଳକୁ କଟକ ରହଥିବାନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।ସେହିଭଳିଭାବେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.