ରାଜ୍ୟରେ ପୁଣି ୪୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

0 273

ଭୁବନେଶ୍ୱର,୨୨/୭(ଏସଏସନିୟୁଜ)ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଥିବା ବେଳେ ଏବେ ୪୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୩୭୪୯ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୪୪୦ଜଣଙ୍କ ମଧ୍ୟରେ ୨୧ଟି ଜିଲ୍ଲାର ବାସିନ୍ଦା ରହିଛନ୍ତି । ସୁସ୍ଥ ୪୪୦ ମଧ୍ୟରୁ ଖୋର୍ଦ୍ଧାରୁ ୮୩ଜଣ, ଗଞ୍ଜାମରୁ ୬୮ଜଣ, ବାଲେଶ୍ୱରରୁ ୪୯ଜଣ, ମାଲକାନଗିରିରୁ ୪୦ଜଣ, ଜଗତସିଂପୁରରୁ ୨୩ଜଣ, ଭଦ୍ରକରୁ ୨୧ଜଣ, ମୟୁରଭଞ୍ଜରୁ ୨୦ଜଣ, କୋରାପୁଟରୁ ୧୮ଜଣ, ପୁରୀରୁ ୧୭ଜଣ, ଝାରସୁଗୁଡ଼ାରୁ ୧୨ଜଣ, କେନ୍ଦୁଝରରୁ ୧୨ଜଣ, ନବରଙ୍ଗପୁରରୁ ୧୨ଜଣ, କଟକରୁ ୧୧ଜଣ, ବରଗଡ଼ରୁ ୧୦ଜଣ, ଯାଜପୁରରୁ ୯ଜଣ, ଅନୁଗୁଳରୁ ୯ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, ସୁନ୍ଦରଗଡ଼ରୁ ୬ଜଣ, ବଲାଙ୍ଗୀରିରୁ ୫ଜଣ, ସମ୍ବଲପୁରରୁ ୫ଜଣ ଏବଂ ନୟାଗଡ଼ରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.