ଭଙ୍ଗା ହେବନି ତିନି ରଥ; ଜଗନ୍ନାଥ ବଲ୍ଲଭରେ ରଖିବାକୁ ନିଷ୍ପତ୍ତି

0 236

ଭୁବନେଶ୍ୱର,୨୨/୭(ଏସଏସନିୟୁଜ) ଚଳିତବର୍ଷ ଭଙ୍ଗା ହେବନି ତିନି ରଥ । କାଳିଆଙ୍କ ନନ୍ଦିଘୋଷ ରଥ ସହ ଅନ୍ୟ ଦୁଇ ରଥ ଭଙ୍ଗାଯିବନି । ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ତିନି ରଥ ରଖିବା ପାଇଁ ବ୍ୟବସ୍ଥା କରାଯିବ । ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ ଆଲୋଚନା କରାଯାଇଛି । ସିଂହଦ୍ୱାରା ସମ୍ମୁଖରେ କିପରି ସୁରକ୍ଷିତ ତିନି ରଥ ଜଗନ୍ନାଥ ବଲ୍ଲଭ ପରିସରକୁ ନିଆଯିବ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । କିଭଳି ସୁରକ୍ଷିତ ଭାବେ ରଥକୁ ଭାଙ୍ଗି ପୁଣିଥରେ ସଜଡାଯିବ ସେନେଇ ବୈଷୟିକ ଟିମ୍ ମଧ୍ୟ ଗଠନ ହୋଇଛି । ତେବେ ଆବଶ୍ୟକ ହେଲେ ମରାମତି କରି ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.