ରାଜ୍ୟରେ ପୁଣି ବଢିଲେ ୧୩୮୪

0 239

ଭୁବନେଶ୍ୱର,୪/୮ (ଏସଏସନିୟୁଜ) ପୁଣି ୨୮ ଜିଲ୍ଲାରୁ ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୯ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୯୫ ସ୍ଥାନୀୟ ମାମଲା ରହିଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୮୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୧, କଟକରୁ ୧୨୧, ସମ୍ବଲପୁରରୁ ୮୨, କେନ୍ଦୁଝରରୁ ୬୬, ସୁନ୍ଦରଗଡ଼ରୁ ୬୪, କନ୍ଧମାଳରୁ ୬୨, ଢେଙ୍କାନାଳରୁ ୫୧, କୋରାପୁଟରୁ ୪୯, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୦, ଯାଜପୁରରୁ ୩୯, ଗଜପତିରୁ ୩୮, ବାଲେଶ୍ୱରରୁ ୩୭, ମାଲକାନଗିରି ଓ ପୁରୀରୁ ୩୪ ଲେଖାଏଁ, ନୟାଗଡ଼ରୁ ୩୧, ମୟୂରଭଞ୍ଜରୁ ୨୮, ଜଗତସିଂହପୁରରୁ ୨୦, ଅନୁଗୁଳରୁ ୧୪, କେନ୍ଦ୍ରାପଡ଼ାରୁ ୧୨, ବରଗଡ଼ରୁ ୧୦, ବଲାଙ୍ଗୀରରୁ ୫, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୩ ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁରରୁ ୨ ଲେଖାଏଁ ଏବଂ ସୋନପୁରରୁ ଜଣେ ପଜିଟିଭ୍ ବାହାରିଛନ୍ତି।ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧ ଛୁଇଁଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ସୁଦ୍ଧା ମୋଟ ୫,୭୦,୫୯୦ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୨୩,୦୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୩୫୦ ଆକ୍ଟିଭ ମାମଲା ରହିଛି।

Leave A Reply

Your email address will not be published.