ସେଲ୍‌ଫି ଯୋନ ପାଲଟିଛି ଗୁରୁପ୍ରିୟାସେତୁ

0 271

ମାଲକାନାଗିରି,୪/୮(ଏସ୍‌.ଏସ୍‌.ନିୟୁଜ)ଦୁଇବର୍ଷରେ ପହଁଚିଥିବା ଗୁରୁପ୍ରିୟାସେତୁ ଆଜି ଯୁବଗୋଷ୍ଠିମାନଙ୍କ ପାଇଁ ସେଲଫି ଯୋନ ପାଲଟିଛି ।ସେତୁ ଉପରେ ଛିଡା ହୋଇ ଏହାର ପାକୃତିକ ପରିବେଶକୁ ମୋବାଇଲ ରେ କଏଦ କରିବାର ଅଭିନବ ଢଙ୍ଗକୁ ଆପଣେଇଛନ୍ତି ଯୁବଗୋଷ୍ଠି ।ସକାଳେ ଓ ସନ୍ଧ୍ୟାରେ ଯୁବଗୋଷ୍ଠି ମାନଙ୍କ ଏକପ୍ରକାର ଗହଳି ଲାଗିରହୁଛି । କେବଳ ଏତିକି ନୁହେଁ ଏହି ଅଂଚଳପାଇଁ ଗମନାଗମନର ନୁଆ ପରିଭାଷା ତିଆରି ହୋଇଛି ।ସୃଷ୍ଟିକରିଛି ସମ୍ଭାବନା । ବସ୍ ଗଡୁଛି ,ଆମ୍ବୁଲାନ୍ସ ବି ଯାଉଛି,ସରକାରୀ କାର୍ଯ୍ୟ ବି ଚାଲିଛି,ସ୍କୁଲ ଯିବାପାଇଁ ଆଉ ଅସୁବିଧା ହେଉ ନାହିଁ,ପାଣିର ସମସ୍ୟା ବି ଯାଇଛି । ଗୁରୁପ୍ରିୟାସେତୁ ଅଂଚଳର ଦୁଃଖକୁ ପାସୋରି ନେଇଛି । ନୁଆ ପରିଚୟ ସୃଷ୍ଟି କରିଛି । ଲାଲବାହିନିର ଅଂଟା ଭାଙ୍ଗ ଦେଇଛି । ସ୍ୱାଭିମାନ ଅଚଳର ସ୍ୱପ୍ନ ପୁରଣ କରିଛି ଗୁରୁପ୍ରିୟା ସେତୁ ।

 

Leave A Reply

Your email address will not be published.