ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ

ସେମି ଫାଇନାଲରେ ଏ କେ କ୍ଲବ

0 146

ମେଣ୍ଢାଶାଳ, ୨୧ା୧୨(ଏସଏସନିଉଜ) ତମାଣ୍ଡୋ ମିନିଷ୍ଟଡିୟମରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ସେମିଫାଇନାଲରେ ଅନୁଗୁଳର ଏକେ କ୍ଲବ ପତାକା ଦଳ ପ୍ରବେଶ କରିଛି । ଦଳ ୪-୩ ଟାଇବ୍ରେକର ଗୋଲ ବ୍ୟବଧାନରେ ଫୁଲବାଣୀରରେବଣା ନୂଆଗାଁ କ୍ଲବକୁ ହରାଇ ଏହି ସଫଳତା ପାଇଛି । ଉଭୟେ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ବେଳେ ଖେଳର ୬ମିନିଟରେ ଫୁଲବାଣୀ ଦଳର ମିଥୁନ ସାହୁ ଦଳୀୟ ପାସରୁ ଏକ ଗୋଲଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ମ୍ୟାଚକୁ ଫେରିବାକୁଅନୁଗୁଳ ଦଳ ଉଦ୍ୟମ ଜାରି ରଖିଥିବା ବେଳେ ଖେଳର ୪୦ମିନିଟରେ ଦଳକୁ ସଫଳତା ମିଳିଥିଲା । ୭ନଂ ଜର୍ସିରେ ଖେଳୁଥିବା ମିଟୁପ୍ରଧାନ ଏକ ଗୋଲ ସ୍କୋରକରି ଖେଳକୁ ସମାନ ସ୍ତରକୁ ନେଇଆସିଥିଲେ । ଅବଶିଷ୍ଟ ସମୟ ଗୋଲ ଶୂନ୍ୟଭାବେ ଶେଷ ହୋଇଥିଲା ।ଫଳାଫଳ ନିର୍ଣ୍ଣୟ ନିମନ୍ତେ ଟାଇବ୍ରେକର ହୋଇଥିଲ।। ଏଥିରେ ପତାକା ଦଳ ୫ରୁ ୩ଟି ଓ ଫୁଲବାଣୀ ଦଳ ୫ରୁ ୨ଟି ଗୋଲ ସ୍କୋରକରିବାରେ ସକ୍ଷମ ହୋଇଥିଲେ । ଫଳ ସ୍ୱରୁପ ୪-୩ଗୋଲରେ ଏକେ କ୍ଲବ ବିଜୟ ଲାଭ କରିଥିଲା । ଉନ୍ନତ ଖେଳ ପ୍ରଦର୍ଶନ ନିମନ୍ତେବିଜୟୀ ଦଳର ଗୋଲ ରକ୍ଷକ ସୁନିଲ ବାଗଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରଷ୍କାର ଆଜିର ଅତିଥି ଜିଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ ପ୍ରଦାନକରିଥିଲେ । ୨୨ତାରିଖ ଗୁରୁବାର ପ୍ରଥମ ସେମି ଫାଇନାଲ ମ୍ୟାଚ କଟକର ମଙ୍ଗଳା କ୍ଲବ ଓ ଭୁବନେଶ୍ୱରର ଜଗା ୟୁନାଇଟେଡ ମଧ୍ୟରେ ହେବ ବୋଲି ଆତୋଜକଙ୍କ ପକ୍ଷରୁ କୁହାଯାଇଛି ।ଆଜିର ଟୁର୍ଣ୍ଣାମେଟଂକୁ ଶିବଶଙ୍କର ପଣ୍ଡା,ଚନ୍ଦ୍ରକାନ୍ତବାରିକ, ଟିମୋହନରାଓ ଓ ଶୁସାନ୍ତମିଶ୍ରପ୍ରମୁଖ ପରିଚାଳନା କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.