ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭହେଲା ହକିବିଶ୍ବକପ୍

0 235

କଟକ,୧୧ା୧(ଏସଏସନିଉଜ) କଟକର ଐତିହାସିକ ବାରବାଟୀଷ୍ଟାଡିୟମରେ ରଙ୍ଗାରଙ୍ଗକାର୍ଯ୍ୟକ୍ରମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସନ୍ଧ୍ୟାରେଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଏଥିନିମନ୍ତେପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାର ସବୁପ୍ରକାରର ସମର୍ଥନ ଯୋଗାଇଥିବାରୁ ଏହି ଅବସରରେ ଉଦ୍‌ବୋଧନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲୋଉଦଘାଟନୀ ସମାରୋହରେ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗଠାକୁର, . ଏଫ୍‌ଆଇଏଚ୍ ସଭାପତି ତଥା ବିକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, ପ୍ରମୁଖ ଉପସ୍ଥିତ ରହିଥିଲଏ ।ହକି ବିଶ୍ବକପ୍‌-୨୦୨୩ର ମ୍ୟାଚଗୁଡ଼ିକ ଜାନୁଆରି ୧୩ ତାରିଖ ଠାରୁ ଆରମ୍ଭ ହେବ। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଜାନୁଆରି ୨୯ ତାରିଖରେ ହେବ।ଏହିଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣରେ ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ଆନନ୍ଦମୁଖର ହୋଇଉଠିଥିଲା । ଏହି ମନ‌ଲୋଭା ସଂସ୍କୃତିକ କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ ।

Leave A Reply

Your email address will not be published.