ରାସ୍ତାକଡରୁ ମିଳିଲା ନବଜାତପୁତ୍ରସନ୍ତାନ

0 236

ବାରଙ୍ଗ,୨୦/୮(ଏସଏସିଉଜ) ଶନିବାର ସକାଳେ ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ପଡିଥିବା ଏକ ଶିଶୁପୁତ୍ର କୁ ନେଇ ବିବାଦ ଦେଖାଦେଇଛି ।ଜଣେ ପାଇଥିବାବେଳେ ଅନ୍ୟଜଣେ ଏହାର ମା ଦର୍ଶାଇ ଶିଶୁପୁତ୍ରକୁ ନେବାକୁ ଦାବୀ କରିଛନ୍ତି ।ଶେଷରେ ପୋଲିସ ନବଜାତ ଶିଶୁପୁତ୍ରକୁ ଚାଇଲ୍ଡ ହେଲ୍ପଲାଇନରେ ଛାଡିଛନ୍ତି ।
ପ୍ରକାସ ଯେ, ଶନିବାର ସକାଳେ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ଏକ ନବଜାତଶିଶୁପୁତ୍ରଟି ପଡିଥିଲା ।ସେହିବାଟରେ ଆସୁଥିବା ଜଣେ ମହିଳା ଏହି ପୁତ୍ରକୁ ପାଇ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ପାଇଥିବା ପୁତ୍ରସନ୍ତାନକୁ ରଖିବାକୁ କହିଥିଲେ ।ଏହାର କିଛି ସମୟ ପରେ ଅନ୍ୟଜଣେ ମହିଳା ଆସି ପୁତ୍ରସନ୍ତାନର ମାଆ ବୋଲି ଦାବୀ କରି ନବଜାତ ଛୁଆକୁ ନେବାକୁ ଜିଦ ଧରିଥିଲେ ।ଉଭୟ ଉଭୟଙ୍କ ଜିଦରେ ରହିବାରୁ ଫାଣ୍ଡିପୋଲିସ ସେମାନଙ୍କୁ ଆଣି ଚନ୍ଦକାଥାନାରେ ହସ୍ତାନ୍ତର କରିଥିଲେ ।ସେଠାରେ ଦୁଇଜଣ ମହିଳା ନବଜାତ ଶିଶୁପୁତ୍ରକୁ ରଖିବାକୁ ଦାବୀ କରିବାରୁ ଚନ୍ଦକାଥାନାପୋଲିସ ନବଜାତ ଶିଶୁପୁତ୍ରକୁ ଚାଇଲ୍ଡ ହେଲ୍ପଲାଇନ କୋଳଥିଆରେ ଥିବା ସୁଭଦ୍ରା ମହାତ୍ମାସେବାସଦନରେ ଛାଡିଛନ୍ତି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.