ରାସ୍ତାକାମ ପାଇଁ ବୋମାମାଡ

0 181

ବାଲିପାଟଣା, ୩୦/୧୧(ଏସଏସନିୟୁଜ) ରାସ୍ତା କାମକୁ କେନ୍ଦ୍ର କରି ବନମାଳିପୁର ଗ୍ରାମରେ ୪ଟି ବୋମାମାଡ ହୋଇଛି ।ବୋମାର ଛିଟିକା ବାଜି ଚାରିଜଣ ମିସ୍ତ୍ରୀ ସହ ପାଞ୍ଚ ଜଣ ଗ୍ରାମବାସୀ ଆହତ ହୋଇଥିବାର ଜଣାପଡିଛି ।ଏନେଇ ପୃଥକପୃଥକ ଭାବେ ବନମାଳିପୁର ଫାଣ୍ଡିରେ ୩ଟି ଅଭିଯୋଗ ହୋଇଛି । ବନମାଳିପୁର ଗ୍ରାମର ୧୨ ନମ୍ବର ୱ।ଡ୍ ଓ ଖଇରି ପୁରର ହରିଜନ ବସ୍ତିର ଏକ ରାସ୍ତା ପାଇଁ ସମୁଦାୟ ୧୦ଲକ୍ଷ ଟଙ୍କାର ପ୍ରପୋଜାଲ୍ ଥିଲା ଯାହାକୁ ସେହି ଗ୍ରାମବାସୀ ମାନେ କରିବାପାଇଁ ନିଶ୍ଚିତ କରାଯାଇଥିଲା ।ଏହାକୁ ନେଇ ବିବାଦ ଉପୁଜିଥିଲା ।ଗ୍ରାମର କିଛି ଯୁବକ ଏହି କାମ ନକଲେ ବୋମା ପକାଇବାକୁ ଧମକ ଦେଇ ଆସୁଥିଲେ । ଗ୍ରାମବାସୀମାନେ ଏହି କଥାକୁ ବୃକ୍ଷେପ ନକରି ମିସ୍ତ୍ରୀଙ୍କ ସହିତ ମିଶି ଏକାଠି ହୋଇ କାମକରୁଥିବାବେଳେ ବୋମାମାଡ ହୋଇଥିଲା ।

Leave A Reply

Your email address will not be published.