କିଟ- ଦାରୁଠେଙ୍ଗ ରାସ୍ତାରେ ୫ଫୁଟର ପାଣି

ଯାତାୟାତ ଠପ୍

ଭୁବନେଶ୍ୱର,୨୨।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଶେଷ ମୁଣ୍ଡରେ କୀଟକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ଫୁଟ ଉଚ୍ଚର ପାଣି ଚାଲିବାରୁ ଏହି ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଛି।ମଙ୍ଗଳବାର ଠାରୁ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ପ୍ରବାହିତ ଠିକ୍ ଭବେ ହୋଇନପାରିବାରୁ ଦାରୁଠେଙ୍ଗ କୀଟ ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି।ଗୋଟେପଟେ ଏହି ରାସ୍ତାଦେଇ ଯାତାୟତ ଠପ ହୋଇଯାଇଛି ଓ ଅନ୍ୟପଟେ ଏହି ରାସ୍ତା କଡରେ ଗଢି ଉଠିଥିବା ପାରାଡାଇଜି ନଗରଟି ବର୍ଷା ପାଣି ଘେରରେ ରହିବା ସହ କେତେକଙ୍କ ଘରେ ପାଣି ପସିଯାଇଛି।ଯାହାଫଳରେ ଲୋକମାନେ ନାହୀନଥିବା ହଇରାଣ ହେବା ସହ ବାହାରକୁ ଆସିବା କଷ୍ଟକର ହୋଇଯାଇଛି ।

ଚନ୍ଦକା, ପିଠାଖିଆ, ଡାହାଣୀ ଗାଡ଼ିଆ, ଝୁମୁକା, ଚନ୍ଦକା ଅଭୟାରଣ୍ୟ ମଧ୍ୟରୁ ବର୍ଷା ପାଣି ଆସି ବୁଡୁନଈରେ ଓ ପରେ ପନ୍ଦରଫୁକା ଦେଇ କୁଆଖାଇ ନଈରେ ମଞ୍ଚେଶ୍ୱର ପାଖରେ ମିସିଥାଏ।ଦାରୁଠେଙ୍ଗ-କୀଟ ରାସ୍ତାର ଦାରୁଠେଙ୍ଗ ଗ୍ରାମ ଶେଷ ମୁଣ୍ଡରେ ଜଳ ନିଷ୍କାସନ ପାଇ ଏକ ଛୋଟ ପୋଲ ରହିଛି।ବର୍ଷା ସମୟରେ ଗହୀର ସହ ସବୁଆଡୁ ପାଣି ଆସିବାରୁ ଛୋଟ ପୋଲରେ ଠିକ୍ ଭାବେ ନିଷ୍କାସନ ନହେବାରୁ ବର୍ଷା ଜଳ ଚାଷ ଜମି ଦେଇ ରାସ୍ତା ଉପରେ ଚାଲିବା ଆରମ୍ଭ କରିଛି।ବୁଧବାର ସକାଳୁ ରାସ୍ତା ଉପରେ ପାଣି ଚାଲୁଥିବାରୁ ଏହି ବାଟ ଦେଇ
ଯାତାୟାତ ଠପ୍ ହୋଇଯାଇଛି।

- Advertisement -

Leave A Reply

Your email address will not be published.