ଭୁବନେଶ୍ୱର,୧୨ା୭(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକଦିନିକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେଏଥିରେ ରାଜ୍ୟର ୧୧ଟି ଜିଲ୍ଲାର ୪୧ଟି ସ୍କୁଲରୁ ନୂତନ ଭାବରେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତମାନେ ଯୋଗଦେଇଥିଲେ।ସ୍କୁଲ ଛାତ୍ରଛାତ୍ରୀମାନେ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା.ଗୁରୁତ୍ଵ ଓ ସମୋନଙ୍କ ଦାୟିତ୍ୱ ଉପରେ ଭଲଭାବରେ ବୁଝିବା ଲକ୍ଷରେ ୨୦୨୩ ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୬ ଡିସେମ୍ବର, ୨୦୨୫ରେ ଚିଡ଼ିଆଖାନା ରାଷ୍ଟ୍ରଦୂତ ଚୟନ ପରୀକ୍ଷା ପରେ ୧୧୦ ରାଷ୍ଟ୍ରଦୂତଙ୍କୁ ମନୋନୀତ କରାଯାଇ ୬୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୨୦୨୫-୨୬ବର୍ଷ ପାଇ ରାଷ୍ଟ୍ରଦୂତ ନାମ ଜଙ୍ଗଲ ମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିଲା ।ନନ୍ଦନକାନନର ଶିକ୍ଷା ଏବଂ ଗବେଷଣା ଶାଖା ଦ୍ୱାରା ପରିଚାଳିତ ଏହି ଦିନିକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରେଛାତ୍ରଛାତ୍ରୀମାନଙ୍କୁ ଚିଡ଼ିଆଖାନା ରାଷ୍ଟ୍ରଦୂତ ଭାବରେ ସେମାନଙ୍କର ଭୂମିକା ଦାୟିତ୍ୱ ବନ୍ୟପ୍ରାଣୀ ଏବଂ ସଂରକ୍ଷଣ ବିଷୟରେ ସଚେତନତା ବୃଦ୍ଧି କରିବା ବିଷୟରେ ବ୍ୟାପକ ଭାବେ ପର୍ଯ୍ୟଟକ ପରିଚାଳନା ଏସିଏଫ ମନସ୍ମିତା ମହାରଣା,ଶିକ୍ଷା ଅଧିକାରୀ ମିଳନ ପଣ୍ଡା ବୁଝାଯାଇଥିଲ।ଏହିଅବସରରେ ବିଭିନ୍ନ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ଚିହ୍ନଟ କରିବା ସିଖାଯାଇଥିଲା।ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳ, କାହାଣୀ , ମାସ୍କ ତିଆରି ଆଦି ପ୍ରତିଯୋଗିତା କରାଯାଇଥିଲା।କ୍ୟାମେରା ଟ୍ରାପ୍, ଦୂରବୀକ୍ଷଣ, ସ୍ପଟିଂ ସ୍କୋପ୍,

ବନ୍ୟପ୍ରାଣୀ ଟ୍ରାନ୍ସମିଟର ଏବଂ କ୍ୟୁଆର କୋଡ୍, ପ୍ଲାଷ୍ଟିକ ବୋତଲର ବ୍ୟବହାର ଆଦି ବିଷୟରେ ବିଭିନ୍ନ ଉପକରଣର ପ୍ରଦର୍ଶନ ସମେତ ବ୍ୟବହାରିକ ପ୍ରକିୟା ଉପରେ ଶିକ୍ଷା ଦିଆଯାଇଥିଲା।ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପରିସରରେ ଥିବା ବିଭିନ୍ନ ଜୀବଜନ୍ତୁମାନଙ୍କ ଖୁଆଡକୁ ନିଆଯାଇ ସେମାନଙ୍କ ବିଷୟରେ ବୁଝାଯାଇଥିଲା। ଏହାର ଦ୍ୱିତୀୟ ପର୍ଯ୍ୟାୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆସନ୍ତା ୧୯ତାରିଖରେ ଅନୁଷ୍ଠିତ ହେବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇ
Prev Post
Next Post
