ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

0 191

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ରାଜ୍ୟ ସରକାର ଜାନୁଆରି ମାସ ପାଇଁ କଟକଣା କଡାକଡି କରିବାସହ ଜାନୁଆରି ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି । କରୋନାର ନୂଆ ଭାରିଅଂଟ ଓମିକ୍ରମର ବୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଥିବା କଟକଣା ଅନୁଯାୟୀ ଜାନୁଆରି ମାସରେ ସମସ୍ତ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।ଜାନୁଆରୀ ମାସରେ ବଣଭୋଜି, ପିକନିକ୍ କୁ ବାରଣ କରାଯାଇଛି । ହଜାରେ ଦର୍ଶକରେ ଚାଲିବ ଯାତ୍ରା ଓ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସମାବେଶ ହୋଇପାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.