ଭୁବନେଶ୍ବର,୧୫/୧(ଏସଏସନିୟୁଜ)ରାତି ପାହିଲେ ମହାମାରୀ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରାଯିବ। ଆରମ୍ଭ ହେବ ଟିକାକରଣ। ପୂର୍ବାହ୍ନ ସାଢ଼େ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିବେ। ଏଥିସହ ଓଡ଼ିଶାରେ ମଧ୍ୟ ମହାମାରୀ ବିରୋଧରେ ମହା ଅଭିଯାନ ଆରମ୍ଭ ହେବ। ପ୍ରଥମ ଦଫାରେ ରାଜ୍ୟରେ ଟିକା ନେବାକୁ ଥିବା ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ତେବେ କାହାକୁ, କେଉଁଦିନ, କେତେବେଳେ ଓ କେଉଁ କେନ୍ଦ୍ରରେ ଟିକା ଦିଆଯିବ ସେନେଇ ଅଧିକାଂଶଙ୍କ ମୋବାଇଲକୁ ମେସେଜ ଯାଇଛି।