ରାତିରେ ଖୋଲିବ ନନ୍ଦନକାନନ!

ଜାତୀୟଚିଡିଆଖାନା ପ୍ରାଧିକରଣଙ୍କ ପାଖରେ ପ୍ରସ୍ଥାବ

0 187

ବାରଙ୍ଗ,୨୩ା୮(ଏସଏସନିଉଜ)ରାତିରେ ଖୋଲିବାକୁ ଯାଉଛି ପ୍ରାଣିଉଦ୍ୟାନ ନନ୍ଦନକାନନ ।ଆଉ କେହି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁଆସି ନିରାଶରେ ଫେରିବେନାହିଁ ।ସନ୍ଧ୍ୟାପରେ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଉଥିବା ନନ୍ଦନକାନନ ରାତିରେ ଖୋଲିବାନେଇ ନନ୍ଦନକାନନ ପକ୍ଷରୁ ଜାତୀୟଚିଡିଆଖାନା ପ୍ରାଧିକରଣଙ୍କ ପାଖରେ ପ୍ରସ୍ଥାବ ରହିଛିି ।ତେବେ ଏହାର ଅନୁମୋଦନକୁ ଅପେକ୍ଷା କରିଛି ନନ୍ଦନକାନନ ।ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।ପ୍ରାଥମିକପର୍ଯ୍ୟାୟରେ ନନ୍ଦନକାନନର ପରିସିମାକୁ ବୃଦ୍ଧିକରିବାପାଇଁ ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସିମାକୁ ୧୦୪୩ହେକ୍ଟର ପରିମିତ ଜାଗାକୁ ବୃଦ୍ଧିପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ଚୁଡଙ୍ଗ ଓ କୃଷ୍ନନଗର ଗ୍ରାମବାସୀମାନଙ୍କ ବିରୋଦ୍ଧ ଯୋଗୁ ଜାଗା ଅକ୍ତିଆର କରିବା ପ୍ରକିୟା ସାମୟିକଭାବେ ବନ୍ଦ ରହିଛି ।ଏହି ଜାଗା ଆସି ନନ୍ଦନକାନନ ସହ ମିଶିଗଲାପରେ ନାଇଟସଫାରୀ କରିବାପାଇଁ ନନ୍ଦନକାନନ ପକ୍ଷରୁ ଯୋଜନା କରାଯାଇଛି ।ନନ୍ଦନକାନନରେଥିବା ୧୬୯ ପ୍ରଜାତିର ପଶୁପକ୍ଷୀମାନଙ୍କ ସଂଖ୍ୟାକୁ ପର୍ଯ୍ୟାୟ କ୍ରମେ ବୃଦ୍ଧିକରାଯିବାର ଯୋଜନା ରଖାଯାଇଛି ।ପର୍ଯ୍ୟାୟକ୍ରମେ ଦେଶବିଦେଶର ଚିଡିଆଖାନାମାନଙ୍କ ସହ ଯୋଗସୁତ୍ରସ୍ଥାପନ କରାଯାଇ ନନ୍ଦନକାନନରେ ଥିବା ପଶୁପକ୍ଷୀମାନଙ୍କ ପ୍ରଜାତି ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବାର ମଧ୍ୟ ଯୋଜନା ରହିଛି ।ଏହାସହ ସନ୍ଧ୍ୟା ପରଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଉଥିବା ନନ୍ଦନକାନନକୁ ରାତିରେ ଖୋଲା ରଖିବାପାଇଁ ନନ୍ଦନକାନନ ପକ୍ଷରୁ କରାଯାଇଥିବା ୨୦୨୦-୪୦ (୨୦ବର୍ଷିୟା) ମାଷ୍ଟରପ୍ଲାନରେ ପ୍ରସ୍ଥାବ ରଖାଯାଇଛି ।ପର୍ଯ୍ୟଟକମାନେ କେବଳ ନାଇଟୱାକ୍ ଦ୍ୱାରା ନନ୍ଦନକାନନରେ ଥିବା ଜୀବଜନ୍ତୁ ଓ ପରିସର ଜଙ୍ଗଲରେ ମୁକ୍ତରେ ବିଚରଣ କରୁଥିବା ଜୀବଜନ୍ତୁମାନଙ୍କୁ ଦେଖି ମଜ୍ଜା ନେଇପାରିବେ ବୋଲି ପ୍ରସ୍ଥାବରେ ରହିଛି ।ତେବେ ଏହାକୁ ଅନୁମୋଦନ ପାଇଁ ଜାତୀୟଚିଡିଆଖାନା ପ୍ରାଧିକରଣଙ୍କ ପାଖକୁ ପଠାଯାଇଥିବାର ଜଣାପଡିଛି ।ଏହା ଅନୁମୋଦନ ପାଇଲେ ପର୍ଯ୍ୟଟକମାନେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜ୍ଜା ଉଠାଇପାରିବେ ।

Leave A Reply

Your email address will not be published.