ରାତିରେ ମିଳିଲା ମୃତଦେହ

0 77

ବୁଗୁଡା,୨୭ା୧୦(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି କରଚୁଲିଗ୍ରାମର ସୁଶାନ୍ତପାତ୍ର ନାମକ ତେଜରାତି ଦୋକାନୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ଏନେଇ ଏକ ହତ୍ୟାମାମଲା ରୁଜୁକରି ୩ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । କିରିଆମ୍ବା ଗ୍ରାମରେ ରାସନ ଦୋକାନ କରିଥିବା ସୁଶାନ୍ତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରହୁଥିବା ଝିଅରୁପାଲିକୁ ଫୋନକରି କିରିଆମ୍ବା ଗ୍ରାମର ପଦ୍ମନାଭ , ବାସୁ ଓ ବଡତଣ୍ଡା ଗ୍ରାମର ରଞ୍ଜିତ ମୋତେ ସବୁବେଳେ ମାରିଦେବି ବୋଲି କହୁଛନ୍ତି । ଏହି ରେକର୍ଡ଼ିଂ ରଖିଥା ଯଦି ମୋର କଣ ଅସୁବିଧା ହୁଏ ତା ହେଲେ କାମରେ ଲାଗିବ ବୋଲି କହିଥିଲେ ।ପରେ ଝିଅ ଏବିଷୟରେ ପରିବାରଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ସୁଶାନ୍ତଙ୍କୁ ତୁରନ୍ତ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲୋପରିବାରଲୋକ ବହୁଖୋଜାଖୋଜିପରେ କିରିଆମ୍ବାଠାରୁ ୨ କିମି ଦୂର ଝାଡପଡା ନିକଟରେ ରାସ୍ତାଉପରେ ଥୁଆହୋଇଥିବା ସୁଶାନ୍ତଙ୍କ ବାଇକକୁ ପାଇଥିଲେ ।ବହୁସମୟଧରି ଖୋଜାଖାଜିପରେ ବିଳମ୍ବିତ ରାତିରେ ସୁଶାନ୍ତଙ୍କୁ ଅଚେତ ଅବସ୍ଥାରେ ପାଇ ବୁଗୁଡ଼ା ମେଡିକାଲକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

Leave A Reply

Your email address will not be published.