ରାୟଗଡାର ମା ମଝି ଘରିଆଣି ଓ କେନ୍ଦୁଝରର ଘଟଗାଁ ମନ୍ଦିରରେ ଲାଗିଲା କଟକଣା

ଖବର ଆଜିର,ତାରିଖ ୦୫-୦୪-୨୦୨୧/ସୋମବାର

0 248

୧-ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ ।
୨-ଓଡ଼ିଶା ସୀମାକୁ ବିପଦ, ସୀମାରେ ଆଲର୍ଟ, ଡିଜିଙ୍କ ସମୀକ୍ଷା ।
୩-୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି ।
୪-ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସମାପ୍ତ, କରୋନା ଉପରେ ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦେଲେ ୫ ସୂତ୍ରୀୟ ଯୋଜନା
୫-ବିଶ୍ବର ୫୩.୩ କୋଟି ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ।
୬-ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବାର ନାହିଁ ଦିନକର୍ଫ୍ୟୁ । ସ୍ପଷ୍ଟ କଲେ SRC । ଦିନକର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ ବାଚସ୍ପତି
୭-ଧାରଣା ପ୍ରତ୍ୟାହାର ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଲ ଆଲୋଚନାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନି ।
୮-ବିଜେଡି ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଭିଯୋଗ, ବିଧାନସଭାରେ କହିବା ପାଇଁ ସୁଯୋଗ ଦେଉନାହାନ୍ତି ବାଚସ୍ପତି ।
୯-ଆହୁରି କମିବ ପେଟ୍ରୋଲ-ଡିଜେଲ୍ ଦାମ ? ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୧୯-କରୋନା ସଂକ୍ରମଣ ବଢ଼ୁଥିବାରୁ ନାଇଟ କର୍ଫ୍ୟୁ ସହ ରାଜ୍ୟରେ ସପ୍ତାହନ୍ତ ଲକଡାଉନ ଘୋଷଣା କଲେ ମହାରାଷ୍ଟ୍ର ସରକାର
୧୧-ଏଥର ବିନା ଦର୍ଶକ ରେ ଆଇପିଏଲ୍
୧୨-କେରଳ ଭୋଟରଙ୍କୁ ରାହୁଲଙ୍କ ନିର୍ବାଚନୀ ପ୍ରତିଶୃତି । ଯୁଡିଏଫ୍ ସରକାର ଆସିଲେ ପ୍ରତି ଲୋକଙ୍କ ବ୍ୟାଙ୍କ ଖାତାକୁ ଯିବ ମାସିକ ୬ ହଜାର ଟଙ୍କା ।
୧୩-ପଶ୍ଚିମବଙ୍ଗର ନନ୍ଦିଗ୍ରାମ ମତଦାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଣିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ , ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ।
୧୪-୧୦ ଜିଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦେଶ : ସ୍ଥିତି ଦେଖି ହଷ୍ଟେଲ ବନ୍ଦ ନିଷ୍ପତ୍ତି ପାଇଁ ପରାମର୍ଶ
୧୫-ବାଲେଶ୍ଵରରୁ ନିଖୋଜ, ତିନି ଦିନ ପରେ ଢେଙ୍କାନାଳରୁ କଲେଜ୍ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର: ପୁଲିସର ନିରବତାକୁ ନେଇ ବଢିଲା ସସପେନ୍ସ ।
୧୬-ଇଣ୍ଡୋନେସିଆର ପୂର୍ବ ପ୍ରାନ୍ତ-ରାତି ଅଧରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଏବଂ ବନ୍ୟା ଯୋଗୁ ୪୧ ଲୋକଙ୍କ ମୃତ୍ୟୁ, ୧୦ ହଜାର ବିପନ୍ନ ସ୍ଥାନାନ୍ତର ।
ଶୁଭ ସକାଳ,ସୁପ୍ରଭାତସକାଳର ଖବର
୧୬-ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ’ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଚ୍ଚ ସ୍ତରୀୟ ବୈଠକ,କହିଲେ ନିଆଯିବ ଦୃଢ କାର‌୍ୟ୍ୟାନୁଷ୍ଠାନ ।
୧୭- ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଓଷ୍ଟାର ପ୍ରି-ବୋର୍ଡ ପରୀକ୍ଷା ଆଜିଠୁ ଆରମ୍ଭ, ରାଜ୍ୟର ପ୍ରାୟ ୬ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏପ୍ରିଲ ୭ ପର‌୍ୟ୍ୟନ୍ତ ଉକ୍ତ ପରୀକ୍ଷା ଚାଲିବ।
୧୮-ସଂକ୍ରମଣ ବଢୁଥିବାବେଳେ ମନ୍ଦିରରେ ଲାଗିଲା କଟକଣା । ରାୟଗଡାର ମଝିଘରିଆଣୀ , ଚଇତି ପର୍ବ ପାଇଁ କେନ୍ଦୁଝରର ଘଟଗାଁରେ ଭକ୍ତଙ୍କୁ ମନ୍ଦିର ମନା ।
୧୯-ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ରାୟଗଡାର ମା ମଝି ଘରିଆଣିଙ୍କ ମନ୍ଦିର ଏଏଣିକି ସପ୍ତାହକୁ ୩ ଦିନ ବନ୍ଦ ରହିବ ।
୨୦-ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶଶୀକଳା ଜାବଲକର ଆଉ ଆମ ଗହଣରେ ନାହାନ୍ତି। ଆଜି ୮୮ ବର୍ଷ ବୟସରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି।
୨୧-ତାମିଲନାଡ଼ୁ, କେରଳ ଓ ପୁଡ଼ୁଚେରୀରେ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ଗୋଟିଏ ପର‌୍ୟ୍ୟାୟରେ ଏବଂ ଆସାମ ଓ ପଶ୍ଚିମବଙ୍ଗରେ ତୃତୀୟ ପର‌୍ୟ୍ୟାୟ ଭୋଟ୍‍ଗ୍ରହଣ ପାଇଁ ପ୍ରଚାରକାର୍ଯ୍ୟ   ଶେଷ ହୋଇଛି।
୨୨-ଛତିଶଗଡ଼ରେ ମାଓବାଦୀଙ୍କ ସହ ମୁକାବିଲାରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଳୁକା କଳା ।
୨୩-ସମ୍ପୂର୍ଣ୍ଣ ବଲିଉଡ୍ ଜଗତକୁ ଗ୍ରାସ କରିଛି କରୋନା ମହାମାରୀ ।ବଲିଉଡ୍ ର ଦୁଇ ଅଭିନେତା ଅକ୍ଷୟଙ୍କ ପରେ ହେଲେ ଗୋବିନ୍ଦା କରୋନାରେ ଆକ୍ରାନ୍ତ ।
୨୪-ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ, ଜଣେ ଆକ୍ରାନ୍ତ ମିଳିଲେ ୨୦ ଘର ହେବ ସିଲ୍ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.