ରେଳଧାରଣରୁ ମୃତଦେହ ଉଦ୍ଧାର

0 262

ଚନ୍ଦ୍ରଶେଖରପୁର,୨୪/୮(ଏସ ଏସ ନିଉଜ) ପଟିଆ ରେଳଷ୍ଟେସନ ନିକଟ ରେଳଧାରଣାରୁ ବୁଧବାର ସକାଳେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ | ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ ପୋଲିସ ।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ମୃତ ବ୍ୟକ୍ତି ଜଣକ ଗୋଟେ ନାଲି ରଙ୍ଗର ଗଞ୍ଜି, ଭିତରେ ନୀଳ ରଙ୍ଗର ଗଞ୍ଜି ଓ ଏକ ଟ୍ରାକ ପ୍ୟାଣ୍ଟ ପିନ୍ଧିଛନ୍ତି ।ଉଦ୍ଧାର ବେଳକୁ ତାଙ୍କ ହାତ ଗୋଡ଼ ବଙ୍କା ହୋଇରହିଥିଲା |ଟ୍ରେନରେ ଯାତ୍ରା କରିଲାବେଳେ ଟ୍ରେନରୁ ଗଳି ପଡ଼ିଥିବା ପୁଲିସ ଅନୁମାନ କରୁଛି | ତାଙ୍କ ନିକଟରୁ କିଛି ଜିନିଷ, ଟଙ୍କା ପଇସା କି ପରିଚୟ ପତ୍ର ମିଳିନଥିବା ପୁଲିସ କହିଥିବା ବେଳେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି |ମୃତ ବ୍ୟକ୍ତିର  ବୟସ ଆନୁମାନିକ ୪୦ରୁ୪୫ ବର୍ଷ ହେବ ବୋଲି ଜଣାପଡିଛି।
(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Leave A Reply

Your email address will not be published.