ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା

0 197

କୋଣାର୍କ,୨୩/୪(ଏସ ଏସ ନିଉଜ)ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ଟେଣ୍ଡ କପଡ଼ା ଚିରାକୁ କେନ୍ଦ୍ରକରି ନୃଶଂସ ହତ୍ୟାକାଣ୍ଡ ଘଟିଛି।ଡିଜେ ମାଲିକ ଟେଣ୍ଡ ମାଲିକଙ୍କୁ ପିଟିପିଟି ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିବାର ଅଭିଯୋଗ ହୋଇଛି । ଟେଣ୍ଟ ମାଲିକଙ୍କୁ ପିଟିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ ଡିଜେ ମାଲିକ । ଏହାକୁ ନେଇ ବାଲିକନ୍ଦଳ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସକୁ ଠେଲାପେଲା କରିଥିବା ଜଣାପଡିଛି । ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି ।ବାଲିକନ୍ଦଳ ଗାଁରେ ଗତକାଲି ବିଳମ୍ବିତ ରାତିରେ ବାହାଘର ପ୍ରୋସେସନ ବେଳେ ଏହା ଘଟିଛି । ବରଯାତ୍ରୀରେ ଯାଇଥିବା ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ।ଗୁରୁତର ଅବସ୍ଥାରେ ତାଙ୍କୁ ଗୋପ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲା । ଏହାପରେ ଗ୍ରାମରେ ଉତେଜନା ଦେଖାଦେବାରୁ ଉତ୍ତ୍ୟକ୍ତ ଲୋକମାନେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।ଖବର ପାଇ ପୋଲିସ ପହଁଚି ବରଯାତ୍ରୀ ଗାଡ଼ି ଓ ବରଯାତ୍ରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।ଦଶମ ଶ୍ରେଣୀ

 

Leave A Reply

Your email address will not be published.